ଏଏସ୍ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା
ଭୁବନେଶ୍ୱର : ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି । ଚୟନ ପାଇଁ ବିଷୟ ଭିତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ସାନି ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ । ବିଷୟ ଭିତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ ହାଇକୋର୍ଟ ନିବେଦନକୁ ଗ୍ରହଣ କରି ଓପିଏସସିକୁ ଆବେଦନର କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨ରେ ମାମଲାର ପରବର୍ତୀ ଶୁଣାଣି ହେବ ।
