ବନ୍ଦର ସପକ୍ଷରେ ଲୋକଙ୍କୁ ମନାଇବା ପାଇଁ ଟାଟା କମ୍ପାନୀର ଆଉ ଏକ ପ୍ରୟାଶ। ବିରୋଧ ଭିତରେ ବାଲିଆପାଳ ଫିଜିକାଲ କଲେଜ ପରିସରରେ ଟାଟା କମ୍ପାନୀର ଭୋକେଶନାଲ ଟ୍ରେନିଂସେଣ୍ଟର ଉଦଘାଟିତ।
ବାଲିଆପାଳ : ବାଲିଆପାଳ ଚଉମୁଖ ଠାରେ ସୁବର୍ଣ୍ଣରେଖା ବନ୍ଦରକୁ ବର୍ଷ ବର୍ଷ ଧରି ବିରୋଧ ହୋଇ ଆସୁଅଛି।ଜନ ବସତିକୁ ଉଦବାସ୍ତୁ କରି କାହିଁକି ସରକାର ଏଠାରେ ବନ୍ଦର କରିବେ ଏହି ଦାବୀରେ ଆନ୍ଦୋଳନ ଜାରି ରହିଛି।ଫଳରେ ଟାଟା କମ୍ପାନୀ କି ସରକାରୀ ଅଧିକାରୀ ମାନେ ପ୍ରସ୍ତାବିତ ବନ୍ଦର ଏରିଆ ଭିତରକୁ ପଶି ପାରୁ ନାହାନ୍ତି। ଯାହା ଫଳରେ ଟାଟା କମ୍ପାନୀ ଗୋଟିଏ ପରେ ଗୋଟିଏ ଲୋଭନୀୟ ଯୋଜନା ଦେଖାଇ ବି ସଫଳ ହୋଇପାରୁନାହିଁ। ତା ପରେ ବି ଲୋକଙ୍କୁ ମନାଇବା ପାଇଁ କମ୍ପାନୀ ଆଉ ଏକ ପ୍ରୟାଶ କରିଛନ୍ତି। ଶୁକ୍ରବାର ବାଲିଆପାଳ ଫିଜିକାଲ କଲେଜ ପରିସରରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣକାରୀ ସଂସ୍ଥା ଟାଟା କମ୍ପାନୀ ପକ୍ଷରୁ ଭୋକେଶନାଲ ଟ୍ରେନିଂ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଲେଶ୍ବର ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଧେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି।ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣରେଖା ବନ୍ଦର ଇଡି ପ୍ରକାଶ ସିଂ, ଟାଟା ଷ୍ଟିଲର ପ୍ରଶିକ୍ଷଣ ଓ ଡେଭଲପମେଣ୍ଟ ମୂଖ୍ୟ ଜୟା ସିଂ ପଣ୍ଡା, ବାଲିଆପାଳ କ୍ରୀଡା ମହାବିଦ୍ୟାଳୟର ସଭାପତି ତଥା ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ଅଦୈତ୍ୟ ପାତ୍ର ପ୍ରମୁଖ ଯୋଗ ଦେଇ ଭୋକେସନାଲ ସେଣ୍ଟର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଉଦଘାଟନୀ ଉତ୍ସବକୁବନ୍ଦର ସପକ୍ଷ ବାଦୀ ସରକାରୀ ଦଳର ଏକ ଗୋଷ୍ଠୀ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ।ଏମାନଙ୍କ ମତ ହେଉଛି ବାଲିଆପାଳ ଫିଜିକାଲ କଲେଜ ପରି ଏକ ଶିକ୍ଷାନୁଷ୍ଠନ ମଧ୍ୟରେ ଟାଟା କମ୍ପାନୀର ବନ୍ଦର ସହଯୋଗୀ ଭୋକେଶନାଲ ଟ୍ରେନିଂ ସେଣ୍ଟର ହୋଇପାରିବ ନାହିଁ।ଏଠାରେ ଏହି ସେଣ୍ଟର ହେଲେ କଲେଜର ଶାନ୍ତି ଶୃଙ୍ଖଳା ନଷ୍ଟ ହେବ।ତେଣୁ ଏଠାରେ ଏହା କରାଇ ନ ଦେବା ପାଇଁ ନାରାବାଜି କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପୁନର୍ବାର ଚାକିରିରେ ନିଯୁକ୍ତି ଓ ସ୍ଥାୟୀ ଚାକିରୀ ପାଇଁ ଦାବୀ କରି କ୍ରୀଡା ମହାବିଦ୍ୟାଳୟର ରାସ୍ତା ଅବରୋଧ କରି ଥିଲେ। ତେବେ ଆନ୍ଦୋଳନ କାରିଙ୍କ ପ୍ରଶ୍ନ ଥିଲା ଟାଟା କମ୍ପାନୀ କାହା ସ୍ୱାର୍ଥ ପାଇଁ ବାଲିଆପାଳ କ୍ରୀଡ଼ା ମହାବିଦ୍ୟାଳୟରେ ଭୋକେଶନାଲ ଟ୍ରେନିଂ ସେଣ୍ଟର ସ୍ଥାପନ କରୁଛି। କଣ କଲେଜ କମିଟି ଏମିତି କାର୍ଯ୍ୟ କରିବା ପାଇଁ ଦୀର୍ଘ ୨୦ ବର୍ଷ ଧରି ହାଇକୋର୍ଟରେ କେଶ କରି କମିଟିର ବିଭିନ୍ନ ପଦବୀରେ ଆଜିଯାଏ ବସିଛନ୍ତି ନାଁ ଏମିତି ବିଭିନ୍ନ କାର୍ଯ୍ୟ ପଦାରେ ପଡ଼ିଯିବା ଭୟରେ କୋର୍ଟର ଆଶ୍ରୟ ନେଇ ସ୍ଥିତି ବଜାଇ ରଖିଛନ୍ତି। ଅନ୍ୟ ଦଳଙ୍କ ଅଭିଯୋଗ ଆମ୍ଭେମାନେ ଦୀର୍ଘ ଦୀନ ଧରି ବନ୍ଦର ରାସ୍ତା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ କାର୍ଯ୍ୟ କରି ଆସୁଥିଲୁ। ମାତ୍ରା ୮୦ ପ୍ରତିଶତ ଜମି ଅଧିଗ୍ରଣ ପରେ ଆମ୍ଭମାନଙ୍କୁ ଚାକିରିରୁ ବାହାର କରି ଅନ୍ୟ ଦୂରଦୂରାନ୍ତ ପିଲାମାନଙ୍କୁ ଚାକିରୀ ଦିଆଯାଉଛି। ଟାଟା କମ୍ପାନୀ ଏମିତି କାର୍ଯ୍ୟ ପାଇଁ ଉଦଘାଟନୀ ଉତ୍ସବକୁ ଶତାଧିକ ବନ୍ଦର ସପକ୍ଷ ବାଦି ମାନେ ବିରୋଧ କରିଛନ୍ତି।ବାହାରେ ବିରୋଧ ନାରାବାଜି ଚାଲିଥିବା ବେଳେ ଭିତରେ ଉଦଘାଟନୀ କାର୍ଯ୍ୟ ଶେଷ ହୋଇଥିଲା।ବାକି ରହିଲା ଅଞ୍ଚଳ ବାସୀ କେତେ ନିଯୁକ୍ତି ହେଉଛନ୍ତି।ଆଉ ସେଣ୍ଟର ସ୍ଥାୟୀତ୍ୱ କିପରି ହେଉଛି।
