ରାଜ୍ୟରେ ଆଉ ୯୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୦୫୦ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ୱାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୩୮ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୯୪ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୨୦୫ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୩ ରହିଛି ।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୯୫ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୭, ବରଗଡ଼ ଜିଲ୍ଲାରେ ୧, ଭଦ୍ରକ ଜିଲ୍ଲାରେ ୧, ବଲାଙ୍ଗିର ଜିଲ୍ଲାରେ ୧, କଟକ ଜିଲ୍ଲାରେ ୧୦, ଦେବଗଡ଼ ଜିଲ୍ଲାରେ ୧, ଗଞ୍ଜାମ ଜିଲ୍ଲାରେ ୨, ଜଗତସିଂହପୁର ଜିଲ୍ଲାରେ ୩, ଯାଜପୁର ଜିଲ୍ଲାରେ ୨, କଳାହାଣ୍ଡି ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୩, କେନ୍ଦ୍ରାପଡ଼ା ଜିଲ୍ଲାରେ ୧, କେନ୍ଦୁଝର ଜିଲ୍ଲାରେ ୧ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୫, ନବରଙ୍ଗପୁର ଜିଲ୍ଲାରେ ୩, ନୟାଗଡ଼ ଜିଲ୍ଲାରେ ୨, ନୂଆପଡାରେ ଜିଲ୍ଲାରେ ୩, ପୁରୀ ଜିଲ୍ଲାରେ ୫, ସମ୍ବଲପୁର ଜିଲ୍ଲାରେ ୫, ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଓ ଷ୍ଟେଟ ପୁଲରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
