ବିରିପଟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା
ଯାଜପୁର : ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ବିରିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ନାରିଗାଁ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ମଶାଲ ଶୋଭାଯାତ୍ରରେ ବାହାରି ବିଦ୍ୟାଳୟ ନିକଟରେ ପହଞ୍ଚବା ପରେ ବିଦ୍ୟାଳୟ ଶିକ୍ଷକ ସତ୍ୟ ରଞ୍ଜନ ନାୟକ ମଶାଲ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିବା ପରେ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା । ଅତିଥି ଭାବେ ପ୍ରଧାନ ଶିକ୍ଷକ ଦେବାଶିଷ ବେହେରା, କ୍ରୀଡ଼ା ଶିକ୍ଷୟିତ୍ରୀ ସସ୍ମିତା ଜେନା, ଅନିଶା ଦାସ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ । ପ୍ରଥମ ଦିନରେ ୧୦୦, ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ୍, ସାଇକେଲ୍ ରେସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଶିକ୍ଷୟିତ୍ରୀ ବୈଜୟନ୍ତି ସାମଲ, ପ୍ରତିମା ଦାସ, ସସ୍ମିତା ଧଳ, ରୋଜାଲିନ ରାୟ, ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରାବଣୀ ମଲ୍ଲିକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।
