ବାର୍ଷିକ ପୁରୁସ୍କାର ବିତରଣ ଉତ୍ସବ
ଯାଜପୁର : ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ବାର୍ଷିକ, ସହ-ଶୈକ୍ଷିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଉଦଯାପିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡାଙ୍କ ଉଦ୍ୟମ କ୍ରମେ ଦୀର୍ଘବର୍ଷ ପରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଥିଲା ଆଜି ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡଃ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମିଶ୍ର ମୁଖ୍ୟ ଅତିଥି, ପୂର୍ବତନ ଶିକ୍ଷକ ରତ୍ନାକର ବେହେରା, ନରେନ୍ଦ୍ର କୁମାର ଦାସ, ପରିଚାଳାନ ସମିତି ଅଧ୍ୟକ୍ଷ ଦେବେନ୍ଦ୍ର ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ବିଷ୍ଣୁ ଚରଣ ବେହେରା, ସମାଜସେବୀ ଆଞ୍ଜନେୟ ପ୍ରସାଦ ରାୟ, ୫ନଂ. ଜିଲ୍ଲା ପରିଷଦ ସଭ୍ୟା ମନସ୍ୱିନୀ ଦାସ, ଦଶରଥପୁର ସରପଞ୍ଚ ମୀନାରାଣୀ ବେହେରା, ଚମ୍ପେଇପାଳ ସରପଞ୍ଚ ହିମାଂଶୁ ନାୟକ, ଦାରଥପୁର ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ, ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧନାଶିକ୍ଷକ ନଗେନ୍ କୁମାର ମିଶ୍ର, ପରିଚାଳନା ସମିତିର ସକ୍ରିୟ ସଭ୍ୟ ଶତ୍ରୁଘ୍ନ ମଲ୍ଲିକ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ଥିଲେ । ଗତକାଲିର ଅବଶିଷ୍ଟ ପ୍ରତିଯୋଗିତା ପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ଦେବେନ୍ଦ୍ର ସାମଲ, ଅକ୍ଷୟ କୁମାର ଦାସ, ପ୍ରତ୍ୟୁଷ କୁମାର ନାୟକ, ପରିଚାଳନା ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ଦାଶ, ସମସ୍ତ ସଭ୍ୟସଭ୍ୟା, ପୂର୍ବତନ ଅଧ୍ୟକ୍ଷ ଚୈତନ୍ୟ କୁମାର ପରିଡ଼ା, ପ୍ରାକ୍ତନ ସଭ୍ୟ ଅଶୋକ କୁମାର ଦାସ, ଶିକ୍ଷକ ହରିହର ନାୟକ, ସୁବତ୍ର କୁମାର ସାହୁ, ନୀଳମଣି ସାମନ୍ତ, ଦେବଦତ୍ତ ବେହେରା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷୟିତ୍ରୀ କ୍ରାନ୍ତିକୁମାରୀ ଜେନା, ଗାୟତ୍ରୀ ପ୍ରିୟଦର୍ଶନୀ ଦେବତା ଲକ୍ଷ୍ମୀପ୍ରିୟା ମହାନ୍ତି, ନୀଳମଣି ସାମନ୍ତ, ଦେବଦତ୍ତ ବେହେରା, ଶିକ୍ଷାକର୍ମୀ ଗିରିଧାରୀ ପୁହାଣ, ପଞ୍ଚାନନ ଯେନା, ତପନ ସାହୁ ଓ ମନ୍ମଥ ଯେନା ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ସମିତିର ସଭ୍ୟସଭ୍ୟା କାର୍ଯ୍ୟକୁ ମିଳିତ ସହଯୋଗରେ ସଫଳ କରିପାରିଥିଲେ ।
