ବାଲେଶ୍ୱର ଜିଲାରେ ଛାତ୍ର କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
ବାଲେଶ୍ୱର : ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଜ କୁନ୍ଦନ, ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୋଷା ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅନୁମୋଦନ କ୍ରମେ ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ନୂତନ କର୍ମର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି କିମିଟିରେ ୪୮ ଜଣଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନିତ କରାଯାଇଛି । ଜୀବନ କୁମାର ମହାପାତ୍ର, ରଞ୍ଜିତ ପ୍ରଧାନ, ସନ୍ତୋଷ ବେହେରା, ଅଙ୍କୁର ମହାଳିକ, ରାକେଶ ଜେନା ପ୍ରମୁଖ ୫ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ମିଳିଛି । ସେହିପରି ଜଗନ୍ନାଥ ମହାପାତ୍ର, ରାଧାକାନ୍ତ ସାହୁ, ନବ ପ୍ରସାଦ ଭୁୟାଁ, ସୌରଭ ବେହେରା, ପ୍ରଦିପ୍ତ କୁମାର ନାୟକ, ରୁଦ୍ର ନାରାୟଣ ଜେନା, ସତ୍ୟ ରଞ୍ଜନ ବେହେରା, ଇତିଶ୍ରୀ ବିଶ୍ୱାଳ, ସଞ୍ଜୟ ମହାରଣା, ହରିହର ସାହୁ, ଚନ୍ଦନ ମହାଳିକ, ଜିତେନ୍ଦ୍ର ଦାସ, ସୌମ୍ୟରଞ୍ଜନ ଦାସ, ଅଜୟ ଜେନା, ଏସ.କେ. ଇସାକ୍, ସୌବିଦ ଜେନା ପ୍ରମୁଖ ୧୬ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିପରି ସ୍ୱାଭିମାନ ପ୍ରଧାନ, ଶାନ୍ତନୁ ମହାଳିକ, ଭବାନି ଶଙ୍କର ବେହେରା, ପ୍ରିୟଙ୍କା ଆଜମେରା, ପୂଜା ପାଢ଼ୀ, ଗୌରଶଙ୍କର ପାତ୍ର, ମନୋଜ ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶନୀ ପାତ୍ର, କଲ୍ୟାଣୀ ବେଜ୍, ବନ୍ଦନା ମଣ୍ଡଳ, ଶ୍ରବଣ ମାହାନ୍ନା, ଆୟୁଶ କୁମାର ସିଂ, ଜ୍ୟୋତିଶଙ୍କର ରାଣା, ସୁହାଗି ମାଝୀ, ମାମା ମୁର୍ମୁ, ସପ୍ନେସ୍ ମହାନ୍ତି, ଏସ.କେ. ଅସ୍ପକ କାଦ୍ରୀ, ସୁଧାରଞ୍ଜନ ମହାପାତ୍ର, ମହିମୁଦୁଲ ହୋସେନ୍, ପ୍ରଳୟ ଗିରି ପ୍ରମୁଖ ୨୦ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିପରି କମଳ ଲୋଚନ ପଣ୍ଡାଙ୍କୁ ମୁଖପାତ୍ର ରୂପେ ନିଯୁକ୍ତି ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ନିଳଗୀରି ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଅଶ୍ୱିନି ପାତ୍ର, ଭୋଗରାଇ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ରଞ୍ଜିତ ଦାସ, ସୋର ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଦେବୀ ପ୍ରସନ୍ନ ରାଉତ, ବସ୍ତା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଦ୍ୟୁତିକୃଷ୍ଣ ଦାସ ମହାପାତ୍ରଙ୍କୁ ନିଯୁକ୍ତି ମଳିଛି । ଜିଲା ସୋସିଆଲ ମିଡିଆ ଅଧ୍ୟକ୍ଷ ଭାବେ ସୁମିତ ସାଗର ଦାସ ଏବଂ ଉପାଧ୍ୟକ୍ଷ ଭାବେ ରଞ୍ଜିତ୍ ସେଠୀଙ୍କୁ ନିଯୁକ୍ତି ମିଳିଛି ।
ଜିଲା ଛାତ୍ର କଂଗ୍ରେସ କମିଟି ଅନୁମୋଦନ ପାଇଥିବାରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଜ କୁନ୍ଦନ, ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୋଷା, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ୱର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ , ଜିଲା କଂଗ୍ରେସ ସଭାପତି ସଂଜିବ୍ ଗିରି ଏବଂ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିବା ସହିତ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
