ସିଟିଇଟି ପାଇଁ ତାରିଖ ଘୋଷଣା : ଆପ୍ଲିକେସନ୍ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ
ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜ୍ୟୁକେସନ୍ (ସିବିଏସଇ) ୧୫ ତମ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସିଟିଇଟି ପାଇଁ ତାରିଖ ଘୋଷଣା କରିଛି । ଆସନ୍ତା ୨୦୨୧ ଡିସେମ୍ୱର ୧୬ରୁ ୨୦୨୨ ଜାନୁଆରୀ ୧୩ ତାରି ମଧ୍ୟରେ ଏହି ଟେଷ୍ଟ ଅନୁଷ୍ଠିତ ହେବ । ତେଣୁ ଏଥିପାଇଁ ଆପ୍ଲିକେସନ୍ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ ।
ଆଶାୟୀମାନେ ଆସନ୍ତା ଅକ୍ଚୋବର ୨୫ ତାରିଖ ମଧ୍ୟରେ ଅନ୍ଲାଇନ୍ ଫର୍ମ ଦାଖଲ କରିବା ନେଇ ବୋର୍ଡ ସ୍ପଷ୍ଟ କରିଥିବା ବେଳେ ଅକ୍ଟୋବର ୨୬ ତାରିଖ ୩ଟା ୩୦ ମିନିଟ ସୁଦ୍ଧା ଅର୍ଥ ପୈଠ କରିବା ନେଇ ତାରିଖ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ରହିବ । ଲେହରେ ଆଉ ଏକ ପରୀକ୍ଷା ସ୍ଥାନ ଆଶାୟୀମାନେ ଚୟନ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ସେହିପରି ଯଦି ଡିସେମ୍ୱର ସେସନ୍ ପାଇଁ ଆପ୍ଲାଏ କରି ସାରିଥିବା କୌଣସି ଆଶାୟୀ ପରୀକ୍ଷା ସେଣ୍ଟର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଅକ୍ଟୋବର ୧୮ ଠାରୁ ନଭେମ୍ୱର ୩ ତାରିଖ ମଧ୍ୟରେ ସେଣ୍ଟର ବଦଳାଇ ପାରିବେ ବୋଲି ବୋର୍ଡ କହିଛି ।
