ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ନୂଆଖାଇ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର : ନୂଆଖାଇ ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଛୁଟି ଘୋଷଣା କରାଯାଇଛି । ନୂଆଖାଇ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ତେଣୁ ନୂଆଖାଇରେ ପଶ୍ଚିମ ଓଡ଼ିଶାର ଦୁଇ ଜିଲ୍ଲାବାସୀ ଦୁଇଦିନ ଛୁଟି ପାଇବେ ।
ସୂଚନା ଥାଉକି, ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖରେ ନୂଆଖାଇ ନିମନ୍ତେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ । ସେହିପରି ଏହି ଦିନରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଉଲ୍ଲେଖନୀୟ ଯେ ଚଳିତ ମାସ ୨୬ ତାରିଖରେ ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଖାଇ’ରେ ୨ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ।
