ଆନ୍ଧ୍ରପ୍ରଦେଶ ଶିଳ୍ପ ମନ୍ତ୍ରୀ ମେକାପାଟୀ ଗୌଥାମ ରେଡ୍ଡୀଙ୍କ ଦେହାନ୍ତ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଶିଳ୍ପ ମନ୍ତ୍ରୀ ମେକାପାଟୀ ଗୌଥାମ ରେଡ୍ଡୀଙ୍କ ଦେହାନ୍ତ । ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ସୋମବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି ଆନ୍ଧ୍ରପ୍ରଦେଶ ଶିଳ୍ପ ମନ୍ତ୍ରୀ। ମୃତ୍ୟ ବେଳକୁ ତାଙ୍କର ବୟସ ୫୦ ହୋଇଥିଲା।
ଶ୍ରୀ ରେଡ୍ଡୀଙ୍କୁ ତାଙ୍କ ଘରେ ପଡ଼ିଯିବା ପରେ ତାଙ୍କୁ ଆପୋଲୋ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ଶ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ଗଭୀର ଶୋକ ଏବଂ ଗଭୀର ଦୁଃଖ ପ୍ରକାଶ କରି ଏକ ବିବୃତ୍ତିରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ସୂଚନା ଯେ, ଶ୍ରୀ ରେଡ୍ଡୀ ପୂର୍ବତନ ସାଂସଦ ମେକାପତି ରାଜାମୋହନ ରେଡ୍ଡୀଙ୍କ ପୁଅ ଥିଲେ।
