ଆନ୍ଧ୍ରପ୍ରଦେଶରେ ଜୁନ୍ ୨୦ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ସରକାର ସୋମବାର କୋଭିଡ କର୍ଫ୍ୟୁକୁ ଆସନ୍ତା ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କର୍ଫ୍ୟୁ ଅବଧି କିନ୍ତୁ ଦିନକୁ ଦୁଇ ଘଣ୍ଟା ହ୍ରାସ କରାଯାଇଛି ଏବଂ ଜୁନ୍ ୧୦ପରେ ଏହା ଦିନ ୨ ରୁ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସୂଚନା ଯେ, ପ୍ରଥମେ ମେ ୫ ରେ ଲାଗୁ ହୋଇଥିବା କୋଭିଡ କର୍ଫ୍ୟୁ ଜୁନ୍ ୧୦ ରେ ଶେଷ ହେବାର ଥିଲା କିନ୍ତୁ ମହାମାରୀ ପରିସ୍ଥିତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇ. ଜଗନ୍ ମୋହନ ରେଡ୍ଡୀ ଏହାକୁ ଆହୁରି ଦଶ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସିଏମଓ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି ଯେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୨୦ ରୁ ଦୈନିକ ୮ଟା ରୁ ଦିନ ୨ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଗତ ଦୁଇ ସପ୍ତାହ ମଧ୍ୟରେ କରୋନାଭାଇରସ୍ ରୋଗରେ ଆନ୍ଧ୍ରପ୍ରଦେଶରେ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ଦୈନିକ ସଂକ୍ରମଣ ପଜିଟିଭିଟି ହାର ମେ ମାସ ମଧ୍ୟଭାଗରେ ୨୫% ରୁ ବର୍ତ୍ତମାନ ୧୦% କୁ ଖସି ଆସିଛି।
