ପୁଣି ତିନିକୋଶିଆ ଜଙ୍ଗଲରେ ଡକାୟତି ମହିଳାଙ୍କ ଠାରୁ ସୁନାଗହଣା ଲୁଟି ଚମ୍ପଟ ମାରୁଥିଲା ବେଳେ କାବୁହେଲେ ୩ଯୁବକ
ନୀଳଗିରି : ଗତ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ପରିବାରକୁ ଧରି ଜନୈକ ମହିଳା ୨ଟି ବାଇକରେ କପ୍ତିପଦାରୁ ନୀଳଗିରି ଫେରୁଥିବା ବେଳେ ଭାଲୁକାଶୁଣି ଛକ ଠାରେ ଏକ ବଲେରୋ ୫ଜଣ ଯୁବକ ମହିଳା ଜଣକୁ ବାଇକକୁ ଅଟକାଇ ନରଣପୁର ରାସ୍ତାକୁ ନେଇଯାଇ ଭୁଜାଲି ଓ ବନ୍ଧୁକଦେଖାଇ ତାଙ୍କ ଠାରୁ ରୂପା ଓ ସୁନା ଅଳଙ୍କାର ସହ ୨ଟି ମୋବାଇଲ ଡକାୟତିକରି ନେଇ ଯାଇଥିଲେ । ରାତି ଅଧରେ ଜଙ୍ଗଲ ମଝିରେ ମହିଳା ସମେତ ପରିବାର ସଦସ୍ୟ ଡହଳବିକଳ ହେଉଥିବା ବେଳେ ନୀଳଗିରିରୁ କପ୍ତିପଦା ଯାଉଥିବା ଏକ ପିକ୍ଅପ ଡ୍ରାଇଭରକୁ ଅଟକାଇ ଡକାୟତି ହୋଇଥିବା ଘଟଣା କହିଲା ପରେ ଡ୍ରାଇଭର ଜଣକ ଅତି ଚତୁରତାର ସହିତ ନୀଳଗିରି କିଛି ଯୁବକକୁ ଖବର ଦେଇଥିଲେ । ପରେ ଯୁବକମାନେ ନୀଳଗିରି ଆର.କେ.ସି.ଏ.ଟି. କଲେଜ ଛକ ଠାରେ ଦୁର୍ବତମାନଙ୍କର ବଲେରୋଟିକୁ ବାଇକ୍ ଅବରୋଧ କରି ଅଟକାଇଥିଲୋ ବଲୋରେରେ ଥିବା ଡକାୟତମାନେ ଭୁଜାଲି ଖଣ୍ଡା ଧରି ନୀଳଗିରି ଯୁବକଙ୍କୁ ଆକ୍ରମଣ କରିବାକୁ ବସିଥିଲେ । ପରେ ଏକାଧିକ ଯୁବକ ଏକତ୍ରିତ ହୋଇ ୩ଜଣ ଡକାୟତଙ୍କୁ କାବୁ କରିଥିଲେ । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣକୁ ଗିରଫ କରିବା ସହ ଭୁଜାଲି , ଖଣ୍ଡା, ସମେତ ମାରଣାସ୍ତ୍ର ସହ ବଲେରୋକୁ ଜବତ କରିବାରେ ସକ୍ଷମ ହୋଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ଥାନା ଅଧିନସ୍ଥ ନଳାଙ୍ଗ ଗ୍ରାମର ସୁବାସ ଚନ୍ଦ୍ର ପାଣି ନିଜ ଭଉଣୀର ବିବାହିତା ବିଜୟ ଲକ୍ଷ୍ମୀ ଦାସ ଓ ତାଙ୍କର ୨ଜଣ ସଂପର୍କୀୟ ଙ୍କୁ ନେଇ ଦୁଇଟି ବାଇକ୍ରେ କପ୍ତିପଦା ବିଶେଷ କାମ ସାରି ଫେରୁଥିବା ବେଳେ ଭାଲୁକାଶୁଣି ଛକ ନିକଟରେ ଏକ ବଲେରୋ ଓଡି-୦୧-ଏଏଚ-୬୭୪୦ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୨ଟି ମୋବାଇଲ, ନଗଦ ୧୨ ହଜାର ଟଙ୍କା,କିଛି ସୁନାରୂପା ଅଳଙ୍କାର ଛଡ଼ାଇ ନେଇଥିଲେ । ଗିରଫ ୩ଜଣ ଯୁବକ ହେଲେ ବାଲେଶ୍ୱର ମଠସାହି ଅଂଚଳର ଅଜୟ କୁମାର ଦାସ, ସାହର୍ଦ୍ଦା ସଇପୁର ଗ୍ରାମର ତପନ ସାହୁ ଓ ବଗ ବାରିକ ବୋଲି ଜଣାପଡ଼ିଛି । ସୂଚନାଥାଉକି ଦୁର୍ବୁତମାନେ ଉଦଳା ଅଞ୍ଚଳରୁ ୫ଟି ଛେଳି ଚୋରି କରି ଆସୁଥିବା ବେଳେ ଏପରି ଅଘଟଣ ଘଟାଇଥିଲେ । ଏନେଇ ନୀଳଗିରି ଥାନାରେ ସୁବାଷ ଚନ୍ଦ୍ର ପାଣି ଅଭିଯୋଗ କରିଛନ୍ତି ।
