ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବଡ଼ଗୁବୁରା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି । ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଏହି ଗ୍ରାମର ଗଣପତି ଧଳ ।
ମଙ୍ଗଳବାର ବିଳମ୍ବିତ ରାତିରେ ସେ ସ୍ଥାନୀୟ ପୋଖରୀକୁ ଶୌଚ ହେବାକୁ ଯାଇ ଅସାବଧାନତା ବଶତଃ ପୋଖରୀରେ ପଡ଼ିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଖରୀରେ ଭାସୁଥିବାର ଦେଖିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ବସ୍ତା ଥାନା ପୋଲିସ ପହଞ୍ôଚ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇଛି ।
