ବିଦ୍ୟୁତ ଆଘାତ ଲାଗି ବୃଦ୍ଧ ମୃତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ସଦର ଥାନା ବଲଦାପାଲି ଗାଁରେ ବିଦ୍ୟୁତ ଆଘାତ ଲାଗି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ ମଲ୍ଲିକ। ଗାଁ ନିକଟରେ ଥିବା ଏକ ଫାର୍ମ ହାଉସରେ ବିଦ୍ୟୁତ ଲାଗି ମୃତ୍ୟୁ ହୋଇଛି ।
ସୂଚନା ଯେ, ପ୍ରତିଦିନ ପରି ସେ ଫାର୍ମ ହାଉସକୁ ଶୋଇବାକୁ ଯାଇଥିଲେ । କିନ୍ତୁ ସକାଳୁ ଉଠିବା ସମୟରେ ଶୋଇବା ଘର ସମ୍ମୁଖରେ ବିଦ୍ୟୁତ ତାର ପଡିଥିଲା । ସେଥିରେ ଲାଗି ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୋନପୁର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
