ଅମୃତସର : ବିଏସଏଫ ପାକିସ୍ଥାନୀ ଡ୍ରୋନକୁ ଗୁଳି କରି ଖସାଇଲେ
ଚଣ୍ଡିଗଡ଼ : ବିଏସଏଫ ଶୁକ୍ରବାର ଦିନ ସୀମାବର୍ତୀ ଅଂଚଳରେ ପାକିସ୍ଥାନୀ ଡ୍ରୋନକୁ ଗୁଳି କରି ଖସାଇଦେଇଛନ୍ତି । ତିନି ଦିନ ମଧ୍ୟରେ ଏହା ବଡ଼ ସଫଳତା ଯାହାକି ବିଏସଏଫ ପାକିସ୍ଥାନୀ ଡ୍ରୋନକୁ ନଷ୍ଟ କରିଦେଇଛନ୍ତି । ଏହା ପୂର୍ବରୁ ଅମୃତସର ସେକ୍ଟର ଅନ୍ତର୍ଗତ ଭୈରୋବାଲ ରେ ଡ୍ରୋନକୁ ଖସାଇ ଦିଆଯାଇଥିଲା । ଗୁରୁବାର ସକାଳେ ତରନତାରନରେ ଡ୍ରୋନକୁ ଜବତ କରାଯାଇଥିଲା ।ବିଏସଏଫ ଅଧିକାରୀଙ୍କ କହିବା ଅନୁସାରେ ଶୁକ୍ରବାର ସକାଳେ ପାଖାପାଖି ୮.୧୫ ସମୟରେ ବର୍ଡ଼ରରେ ବିଏସଏଫ ବାଟାଲିୟନ ୨୨ର ଯବାନ ମାନେ ଯାଉଥିଲେ । ଏହି ସମୟରେ ସେମାନେ ଡ୍ରୋନର ଶବ୍ଦ ଶୁଣିପାରିଥିଲେ । ଶବ୍ଦ ଅନୁସାରେ ଯବାନମାନେ ଫାୟାରିଂ ଆରମ୍ଭ କରିଦେଇଥିଲେ । ଡ୍ରୋନଟି ଖଣ୍ଡ ଖଣ୍ଡ ହୋଇ ୫୦ ମିଟର ଏରିଆ ମଧ୍ୟରେ କ୍ଷେତରେ ଖସିପଡ଼ିଥିଲା, ଯାହାକୁ ଯବାନ ମାନେ ଜବତ କରିଥିଲେ ।
