ସୀମା ବିବାଦ ଉପରେ ବୁଧବାର ଦିନ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ ଅମିତ ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୀମା ବିବାଦ ବିଷୟ ଉପରେ ୧୪ ଡିସେମ୍ବର(ବୁଧବାର) ଦିନ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ । ମହାରାଷ୍ଟ୍ରର ମହା ବିକାଶ ଆଘାଡୀ ମେଂଟର ସାଂସଦମାନେ ଆଜି ଗୃହମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଶିରୁରରୁ ଲୋକସଭା ସାଂସଦ ଅମୋଲ କୋହ୍ଲେ ସାମ୍ବାଦିକଙ୍କ ସହିତ କଥାବାର୍ତାରେ କହିଛନ୍ତି ଯେ ଶ୍ରୀ ଶାହଙ୍କ ସହିତ ସାକ୍ଷାତ ସମୟରେ ଆମେ ଏହି ବିଷୟ ଉଠାଇ କହିଲୁ ଯେ ସ୍ଥିତି ବହୁତ ଦୁର୍ବଳ ହୋଇଛି ଯେ ଏହା କେବେ ମଧ୍ୟ ବଡ଼ ଧରଣର ହିଂସା ରୂପ ଧାରଣ କରିପାରେ । ଏହା ଉପରେ ଅମିତ ଶାହ ତାଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ ଏହାକୁ ସାମଧାନ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମୋଇଙ୍କୁ ସେ ବୈଠକ ପାଇଁ ଡାକିଛନ୍ତି ।
