ଅମରାବତୀ ହିଂସା ରାଜ୍ୟ ସରକାରଙ୍କ ପ୍ରାୟୋଜିତ : ଡା. କିରୀଟ ସୋମୈୟା
ମୁମ୍ବାଇ : ଭାରତୀୟ ଜନତା ପାର୍ଟିର ପ୍ରଦେଶ ଉପାଧ୍ୟକ୍ଷ ଡା. କିରୀଟ ସୋମୈୟା ଅମରବାତୀ ଜିଲ୍ଲାରେ ୧୨ ନଭେମ୍ବର ହୋଇଥିବା ହିଂସାକୁ ପ୍ରାୟୋଜିତ ହେବା ଆରୋପ ରାଜ୍ୟ ସରକାରଙ୍କ ଉପରେ ଲଗାଇଛନ୍ତି । ସୋମୈୟା ଏହି ଘଟଣାର ଯାଂଚ କରିବାର ଦାବି ରାଜ୍ୟ ସରକାରଙ୍କ ଠାରେ କରିଥିଲେ ।
ଡା. କିରୀଟ ସୋମୈୟା ମଙ୍ଗଳବାର ଦିନ ଅମରାବତୀରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଅମରାବତୀ ଜିଲ୍ଲାରେ ୧୨ ନଭେମ୍ବରରେ ହୋଇଥିବା ହିଂସା ତ୍ରିପୁରା ଘଟଣା ନାମରେ କରାଯାଇଥିଲା । ଯେତେବେଳେ ତ୍ରିପୁରାରେ କୌଣସି ପ୍ରକାର ହିଂସକ ଘଟଣା ଅଥବା ଭଙ୍ଗାରୁଜା ହୋଇନଥିଲା । ସେ ଆରୋପ ଲଗାଇଛନ୍ତି ଯେ ଏହି ଘଟଣାରେ ରାଜ୍ୟ ସରକାର ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ । କିନ୍ତୁ ୧୨ ନଭେମ୍ବର ଘଟଣାର ପ୍ରତିକ୍ରିୟା ସ୍ୱରୂପ ୧୩ ନଭେମ୍ବରରେ ହୋଇଥିବା ଘଟଣା ଉପରେ ରାଜ୍ୟ ସରକା କଠୋର କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ସୋମୈୟା କହିଛନ୍ତି ଯେ ଶିବସେନା ହିନ୍ଦୁତ୍ୱକୁ ଛାଡ଼ିଦେଇଛନ୍ତି, ଏହି କାରଣରୁ ସରକାର ଏବେ ହିନ୍ଦୁ ସମାଜ ଉପରେ ହିଂସା ନାମରେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ଏହିପ୍ରକାର ଘଟଣାକୁ ରାଜ୍ୟର ହିନ୍ଦୁ ସମାଜ ବରଦାସ୍ତ କରିବେ ନାହିଁ ।
