ହଲିଉଡରେ ଡେବ୍ୟୁ କରିବେ ଅଲ୍ଲୁ ଅର୍ଜୁନ ! ସାମ୍ନାକୁ ଆସିଲା ଫଟୋ
ମୁମ୍ଵାଇ: ସାଉଥ୍ ଚଳଚ୍ଚିତ୍ର ସହିତ ତାରକାମାନେ ମଧ୍ୟ ଅନେକ ଲୋକପ୍ରୀୟତା ହାସଲ କରିଛନ୍ତି । ପ୍ରାୟ ଅଧିକାଂଶ ଦର୍ଶକ ଏବେ ବଲିଉଡ ଛାଡ଼ି ସାଉଥ ଫିଲ୍ମ ମୁହାଁ ହେଲେଣି । ବକ୍ସ ଅଫିସରେ ବଲିଉଡ ଫିଲ୍ମକୁ ସାଉଥ୍ ଫିଲ୍ମ ପରାସ୍ତ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ସାଉଥ୍ ସେଲିବ୍ରିଟିମାନେ ବଲିଉଡରେ ଡେବ୍ୟୁ କରିବାକୁ ଚିନ୍ତା କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଏସବୁଠାରୁ ଗୋଟିଏ ପାଦ ଆଗକୁ ଯାଇଛନ୍ତି । ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କୁହାଯାଉଛିଯେ, ଧନୁଷଙ୍କ ପରେ ଅଲ୍ଲୁ ଅର୍ଜୁନ ମଧ୍ୟ ହଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଇନଷ୍ଟାଗ୍ରାମରେ ଅଲୁ ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତି ।
ଯେଉଁଥିରେ ସେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ବକ୍ସ ଅଫିସରେ ହିଟ୍ ହେବା ପରଠାରୁ ତାଙ୍କ ହାତରେ ଗୁଡାଏ ପ୍ରୋଜେକ୍ଟ ଅଛି । କେବଳ ଏତିକି ନୁହେଁ ସେ ଷ୍ଟୁଡିଓରେ ଲଗାତାର ମିଟିଂ କରୁଛନ୍ତି । କିନ୍ତୁ ଲାଗୁଛି କି ସେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ସେ ହଲିଉଡରେ ପ୍ରବେଶ କରିବେ । ଏହା ବ୍ୟତୀତ ଅଲୁ ଅର୍ଜୁନ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି । ନିର୍ମାତାମାନେ ଏପର୍ୟ୍ୟନ୍ତ ‘ପୁଷ୍ପା: ଦି ରୁଲ୍’ର ରିଲିଜ୍ ତାରିଖ ଘୋଷଣା କରି ନାହାଁନ୍ତି । କିନ୍ତୁ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଲହି ଫିଲ୍ମ ୨୦୨୩ ଅଗଷ୍ଟ ସୁଦ୍ଧା ମୁକ୍ତିଲାଭ କରିବ ।
