ଶିକ୍ଷୟିତ୍ରୀଙ୍କ ଜନ୍ମ ତାରିଖରେ ଜାଲିଆତି ଅଭିଯୋଗ
ସୋର : ସୋର ବ୍ଲକ ମାଣତ୍ରି ଗ୍ରାମ ରହଣିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ତାଙ୍କ ଜନ୍ମ ତାରିଖରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ସେହି ଗ୍ରାମର ରଙ୍ଗଲତା ବେହେରା ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି । ଶ୍ରୀମତୀ ବେହେରା ମାଗିଥିବା ଆରଟିଆଇ ତଥ୍ୟ ଅନୁସାରେ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ସାହୁସାହି ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଖାତାରେ ଜନ୍ମ ତାରିଖ ୧୫/୪/୧୯୮୩ ଥିବା ବେଳେ ମ୍ୟାଟ୍ରିକ ଏବଂ +୨ ପାସ ସାର୍ଟିଫିକେଟରେ ଜନ୍ମ ତାରିଖ ୫/୪/୧୯୮୧ ଥିବା ଜଣାପଡ଼ିଛି । ଏହି ଜାଲିଆତି ସଂପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଜିଲାପାଳ ଅଭିଯୋଗ ମୂଳେ ତଦନ୍ତ କରିବା ପାଇଁ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।
