ଲଖିମ୍ପୁର ଖେରି ଯିବା ପାଇଁ ରାହୁଲ୍, ପ୍ରିୟଙ୍କାଙ୍କ ସମେତ ତିନିଜଣଙ୍କୁ ଅନୁମତି
ଲକ୍ଷ୍ନୌ : ଲଖିମ୍ପୁର ଖେରିର ଯେଉଁ ସ୍ଥାନରେ କାର୍ ଚଢ଼ିଯାଇ ଓ ହିଂସାକାଣ୍ଡ ଘଟି ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ସେଠାକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ତିନିଜଣଙ୍କୁ ଆଜି ଅପରାହ୍ଣରେ ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଛି।
Lucknow | Uttar Pradesh government has granted permission to Congress leaders Rahul Gandhi, Priyanka Gandhi and three other people to visit Lakhimpur Kheri pic.twitter.com/5lWP7ELuJQ
— ANI UP (@ANINewsUP) October 6, 2021
ଲଖିମ୍ପୁର ଖେରି ଗସ୍ତ କରି ଗାଡ଼ି ଚାପାରେ ନିହତ ଚାରି କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଇଚ୍ଛୁକ ରାହୁଲ୍, ପ୍ରିୟଙ୍କା ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ଉତ୍ତର ପ୍ରଦେଶ ପୁଲିସ ଅନୁମତି ଦେଉ ନ ଥିଲା। ଗତକାଲି ଲଖିମ୍ପୁର ଅଭିମୁଖେ ଯାଉଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୀତାପୁରରେ ଅଟକ ରଖାଯାଇ ଏକ ଗେଷ୍ଟ୍ ହାଉସ୍କୁ ନିଆଯାଇଥିଲା। ଆଜି ରାହୁଲ୍ ଗାନ୍ଧୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀ ଓ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପାଳ ଓ ସଚିନ୍ ପାଇଲଟ୍ଙ୍କୁ ଦିଲ୍ଲୀ-ଲକ୍ଷ୍ନୌ ବିମାନ ଆରୋହଣ କରିବାରେ ବାଧା ଦିଆଯାଇଥିଲା।
