ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ। ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍ନିକ୍, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀ କ୍ଲାସ ରୁମରେ ପାଠ ପଠା ଆରମ୍ଭ କରିବେ । ତେବେ ଦୀର୍ଘ ୪ ମାସ ହେଲା କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ସେହିପରି ଅଗଷ୍ଟ ୯ ତାରିଖରୁ ଶେଷ ବର୍ଷର ଛାତ୍ରଛାତୀଙ୍କ ପାଇଁ କ୍ଲାସରୁମରେ ପାଠପଢା ଆରମ୍ଭ ହୋଇଥିଲା । ତେବେ କୋଭିଡ କଟକଣାରେ ଭିତରେ କ୍ଲାସ ରୁମରେ ପାଠପଢା ଯିବ । ସମସ୍ତେ କୋଭିଡର ଗାଇଡ ଲାଇନ ମାନିବାକୁ ପଡିବ । ଏହାସହିତ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାନୁଷ୍ଠାନରେ ହାତ ସାନିଟାଇଜ୍ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ କ୍ଲାସରୁମକୁ ସାନିଟାଇଜ ମଧ୍ୟ କରାଯାଉଛି ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏସ୍ଓପି ଜାରି ହୋଇଛି। ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବା ପରେ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍ନିକ୍, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ କ୍ଲାସ କରିପାରିବେ। କିନ୍ତୁ କଲେଜ କ୍ଲାସରୁମ୍, ପରୀକ୍ଷାଗାର, ଛାତ୍ରାବାସ ଆଦିରେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବାକୁ ହେବ। କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ କର୍ମଚାରୀ ଅଫ୍ଲାଇନ୍ କ୍ଲାସରେ ଯୋଗ ଦେଇପାରିବେ ନାହିଁ। ଫେସ୍ ମାସ୍କ ଓ ଫେସ୍ କଭର ବାଧ୍ୟତାମୂଳକ ଭାବେ ବ୍ୟବହାର କରିବାକୁ ହେବ। ସେହିପିର ହ୍ୟାଣ୍ଡଓ୍ଵାସ୍ ଓ ସାନିଟାଇଜର ବ୍ୟବହାର କରିବାକୁ ପଡ଼ିବ। ସେହିଭଳି କଲେଜରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଛେପ ପକାଇବାକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।
