ବିଜେଡି ଦଖଲରେ ରାଜ୍ୟର ସବୁ ଜିଲାପରିଷଦ
ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ରବିବାର ଶେଷ ହୋଇଛି । ରବିବାର ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ପଦବି ପାଇଁ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ମୋଟ ୩୦ଟି ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ମାନେ ଜିଲ୍ଲାପରିଷଦ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।
ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ଅଧ୍ୟକ୍ଷ ପଦବି ହାସଲ କରିଥିବାରୁ ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ପଂଚାୟତିରାଜ ବ୍ୟବସ୍ଥାରେ ୩୦ଟି ଜିଲ୍ଲା ପରିଷଦ ବିଜେଡିକୁ ମିଳିବା ଓଡ଼ିଶା ଇତିହାସରେ ପ୍ରଥମ । ତେଣୁ ଆମକୁ ଓଡିଶାବାସୀ ଏକ ଗୁରୁଦାୟିତ୍ୱ ଦେଇଛନ୍ତି । ଏଇ ଭଳି ଐତିହାସିକ ବିଜୟ କେବେ କାହାର ହୋଇ ନଥିଲା ଏଥି ପାଇଁ ଆମକୁ ଅଧିକ ଦାୟିତ୍ୱ ସମ୍ପର୍ଣ୍ଣ ହେବାକୁ ପଡ଼ିବ ଲୋକଙ୍କ ବିଶ୍ୱାସକୁ କାଏମ ରଖି ଲୋକଙ୍କ ପାଇଁ କାମ କରିବାକୁ ହେବ ।
ଖୋର୍ଦ୍ଧା ଜିଲ୍ଲାରେ ରୁପଶ୍ରୀରାଣୀ ଗୁମାନସିଂହ ଥିବାବେଳେ ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ, ପୁରୀରେ ସ୍ୱପ୍ନାରାଣୀ ସ୍ୱାଇଁ, କଟକରେ କିଶୋର ଚନ୍ଦ୍ର ମିଶ୍ର, ଯାଜପୁରରେ ନଳିନୀପ୍ରଭା ଜେନା, କେନ୍ଦ୍ରାପଡ଼ାରେ ଗୀତାଞ୍ଜଳି ସେଠୀ, ଜଗତସିଂହପୁରରେ ମନୋଜ ଭୋଇ, ବାଲେଶ୍ୱରରେ ନାରାୟଣ ପ୍ରଧାନ, ଭଦ୍ରକରେ ପ୍ରଫୁଲ୍ଲ ଜେନା, କେନ୍ଦୁଝରରେ ସାଗରିକା ସାହୁ, ମୟୂରଭଂଜରେ ଭାରତୀ ହାଁସଦା, ଢେଙ୍କାନାଳରେ ଅର୍ଚ୍ଚନା ପୁହାଣ, ଅନୁଗୁଳରେ ବବିତା ପ୍ରଧାନ, ସମ୍ବଲପୁରରେ କୁମୁଦିନୀ ନାଏକ, ବରଗଡ଼ରେ ମାନିନୀ ଭୋଇ, ଦେବଗଡ଼ରେ କୌଶିକ କୁମାର ପ୍ରଧାନ, ଝାରସୁଗୁଡ଼ାରେ ତୁଳାବତୀ ମିଞ୍ଜ, ସୁନ୍ଦରଗଡ଼ରେ କୁନ୍ତୀ ପ୍ରଧାନ, ବଲାଙ୍ଗୀରରେ ଦେବକୀ ସାହୁ, ସୁବର୍ଣ୍ଣପୁରରେ ସୁପାର ଠେଲା, କଳାହାଣ୍ଡିରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନୂଆପଡ଼ାରେ ଡଲି ମାଝୀ, କନ୍ଧମାଳରେ ନନ୍ଦିନୀ ମଳିକ, ବୌଦ୍ଧରେ ପ୍ରଭାସିନୀ ଦାସ, କୋରାପୁଟରେ ସସ୍ମିତା ମେଲେକା, ରାୟଗଡ଼ାରେ ସରସ୍ୱତୀ ମାଝୀ, ନବରଂଗପୁରରେ ମୋତିରାମ ନାୟକ, ମାଲକାନଗିରିରେ ସମାରି ଟାଙ୍ଗଲୁ, ଗଂଜାମରେ ଅଞ୍ଜଳି ସ୍ୱାଇଁ, ଗଜପତିରେ ତିରୁପତି ରାଓ ନିର୍ବାଚିତ ହୋଇଛନ୍ତି ।
