କୋଭିଡ ସଂକ୍ରମଣ ହ୍ରାସ ! ଭୁବନେଶ୍ୱରରେ ବନ୍ଦ ହେବ ସବୁ କୋଭିଡ କେୟାର ସେଣ୍ଟର
ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୮ ତାରିଖରୁ ସମସ୍ତ କୋଭିଡ୍ କେୟାର ସେଣ୍ଟର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । କୋଭିଡ୍ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ନିଷ୍ପତି ନେଇଛି ।
ହାଇଟେକ ଓ କିମ୍ସ ମେଡିକାଲ୍କୁ କ୍ଲୋଜର ନୋଟିସ୍ ଦେଇଛି ବିଏମ୍ସି । ସମ୍ ଓ ଅଶ୍ୱିନୀରେ ବେଡ୍ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତି ନିଆଯାଇଛି । ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ । ବର୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।
