ବାଲେଶ୍ୱର ପାଇକାରି ସମବାୟ ଭଣ୍ଡାର ସଭାପତି ଭାବେ ନିର୍ବାଚିତ ହେଲେ ଅଜୟ ସାମଲ
ବାଲେଶ୍ୱର : ବାଲେଶ୍ୱର ପାଇକାରି ସମବାୟ ଭଣ୍ଡାର ସଭାପତି ନିର୍ବାଚନରେ ଅଜୟ ସାମଲ ତାଙ୍କର ପ୍ରତିଦ୍ୱନ୍ଦୀ ଅଜୟ ପଣ୍ଡାଙ୍କୁ ପରାସ୍ତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ଜଣାଇଛନ୍ତି ।
ସୂଚନା ଯେ, ଗତ ସେପ୍ଟେମ୍ବର ୨୭ ତାରିଖରେ ପ୍ରଥମେ ପାଇକାରି ସମବାୟ ଭଣ୍ଡାରର ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶିକା ମାନଙ୍କର ନାମାଙ୍କନ ପତ୍ର ଦାଖଲ ହୋଇ ୧୫ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେଥିମଧ୍ୟରୁ ବିଜୁ ଜନତା ଦଳ ସମର୍ôଥତ ୧୪ ଏବଂ କଂଗ୍ରେସ ସମର୍ôଥତ ଜଣେ ନିର୍ବାଚିତ ହୋଇଥିଲେ । ବୁଧବାର ଉକ୍ତ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶିକା ମାନଙ୍କ ମଧ୍ୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବାଲେଶ୍ୱର ଜିଲା ବିଜୁ କୃଷକ ଜନତା ଦଳର ସଭାପତି ଅଜୟ ସାମଲ ତାଙ୍କର ପ୍ରତିଦ୍ୱନ୍ଦୀ ଅଜୟ ପଣ୍ଡାଙ୍କୁ ୧୧-୪ ଭୋଟରେ ପରାସ୍ତ କରି ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।
