ଏୟାରଟେଲ ଆଣିଲା ଦୁଇଟି ନୂଆ ପ୍ଲାନ ! ଏଣିକି ୨୮ ବଦଳରେ ମିଳିବ ୩୦ ଦିନ
ନୂଆଦିଲ୍ଲୀ : ଦୁଇଟି ମାସିକିଆ ପ୍ରିପେଡ ପୋର୍ଟଫୋଲିୟୋକୁ ବୃଦ୍ଧି କଲା ଏୟାରଟେଲ। ୨୯୬ ଟଙ୍କାର ଏୟାରଟେଲ ପ୍ରିପେଡ ରିଚାର୍ଜ ପ୍ଲାନ ୩୦ ଦିନର ବୈଧତା ସହ ଗ୍ରାହକଙ୍କୁ ମିଳିବ । ସେହିପରି ୩୧୯ ଟଙ୍କାର ପ୍ଲାନ ପୂରା ଏକ ମାସ ପାଇଁ ବୈଧ ରହିବ। ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ପୂର୍ବେ ଟେଲିକମ ରେଗୁଲେଟରୀ ଅଥରିଟୀ ଅଫ ଇଣ୍ଡିଆ (ଟ୍ରାଇ) ଟେଲିକମ କମ୍ପାନୀ ଗୁଡିକ ଅତି କମରେ ଗୋଟିଏ ୩୦ ଦିନିଆ ଏବଂ ଗୋଟିଏ ପୂରା ମାସ ପାଇଁ ପ୍ଲାନ କରିବାକୁ କହିଥିଲେ ।
ଏୟାରଟେଲର ୱେବସାଇଟରେ ୨୯୬ ଏବଂ ୩୧୯ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ଉପଲବ୍ଧତା ନେଇ ସ୍ପଷ୍ଟ ହୋଇଛି। କମ୍ପାନୀର ଲିଷ୍ଟିଂ ଅନୁସାରେ, ୨୯୬ ଟଙ୍କାର ଏୟାରଟେଲ ପ୍ରିପେଡ ରିଚାର୍ଜ ପ୍ଲାନରେ ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସଏମଏସ ଏବଂ ମୋଟ ୨୫ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୩୦ ଦିନ ଯାଏଁ ରହିବ। ସେହିପରି ୩୧୯ ଟଙ୍କାର ରିଚାର୍ଜ ପ୍ଲାନରେ ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ଜିବି ହାଇ ସ୍ପିଡ୍ ଡାଟା ମିଳିବ। ଏହି ପ୍ଲାନ ପୂରା ଏକ ମାସ ଯାଏ ବୈଧ ରହିବ। ସୂଚନା ଯେ, ଏହା ପୂର୍ବରୁ ଚଳିତ ସପ୍ତାହର ଆରମ୍ଭରେ ରିଲାଏନ୍ସ ଜିଓ କ୍ୟାଲେଣ୍ଡର ମାସର ବୈଧତା ସହ ୨୫୯ ଟଙ୍କା ପ୍ରିପେଡ ରିଚାର୍ଜ ପ୍ଲାନ ଜାରି କରିଥିଲା। ୨୫୯ ଟଙ୍କାର ଜିଓ ପ୍ଲାନରେ ଦୈନିକ ୧.୫ଜିବି ହାଇ-ସ୍ପିଡ ଡାଟା, ଅନଲିମିଟେଡ କଲିଂ ସହ ୧୦୦ ଏସଏମଏସ ମିଳିଥାଏ।
