ଆସନ୍ତାକାଲି ଏୟାର ସୋ ରିହଲସେଲ
ପୁରୀ : ଆସନ୍ତାକାଲି ଶନିବାର ୧୭ ତାରିଖ ସକାଳ ୧୦ଟା ୨୦ ରୁ ୧୧ ଟା ମଧ୍ୟରେ ରାଜଭବନ ପଛପାଶ୍ୱର୍ ବ୍ଲୁ ଫ୍ଲାଗ ବିଚ୍ରେ ବାୟୁସେନା ପକ୍ଷରୁ ଏୟାର ସୋ ରିହଲସେଲ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଡ଼ିଏମ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ୧୮ ତାରିଖ ସେହି ସମୟ ସେହି ସ୍ଥାନରେ ପାଗ ଅନୁକୂଳ ରହିଲେ ଏୟାର ସୋ କରାଯାଇ ପାରେ ବୋଲି ଶ୍ରୀସାହୁ କହିଛନ୍ତି । ଆସନ୍ତାକାଲି ଦର୍ଶକମାନେ ବ୍ଲୁ ଫ୍ଲାଗ୍ ବିଚ୍ ଦେଇ ମାଗଣାରେ ଏହି ସୋ କୁ ଉପଭୋଗ କରିପାରିବେ ।
