AIIMS Recruitment 2023 : ଏମ୍ସରେ ୩ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କଣ ରହିଛି ଶିକ୍ଷାଗତ ଯୋଗ୍ୟତା ଏବଂ ଆବେଦନର ପଦ୍ଧତି
AIIMS Recruitment 2023 : ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । କାରଣ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ନର୍ସିଂ ଅଫିସର (Nursing Officer), ନର୍ସିଂ ଅଫିସର ଏନଆଇଟିଆରଡ଼ି ନୂଆଦିଲ୍ଲୀରେ ନିଯୁକ୍ତି ପାଇଁ ଆବେଦନ ବାହାର କରିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୨ ଏପ୍ରିଲ ୨୦୨୩ରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ସେହିପରି ଆବେଦନ କରିବାର ଶେଷ ତାରିଖ ହେଉଛି ୫ ମଇ ୨୦୨୩ ।
ସଂସ୍ଥାର ନାମ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)
ପୋଷ୍ଟ ନାମ : ନର୍ସିଂ ଅଫିସର, ନର୍ସିଂ ଅଫିସର ଏନଆଇଟିଆରଡ଼ି, ନୂଆଦିଲ୍ଲୀ ।
ଶିକ୍ଷାଗତ ଯୋଗ୍ୟତା : ନର୍ସିଂ ଅଫିସର ପଦ ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ନର୍ସିଂରେ ବି.ଏସ୍.ସି କିମ୍ବା ଜେନେରାଲ୍ ନର୍ସିଂ ମିଡୱାଇଫେରୀରେ ଡିପ୍ଲୋମା କରିଥିବେ । ଏହା ସହିତ ପ୍ରାର୍ଥୀ ଭାରତୀୟ ନର୍ସିଂ କାଉନସିଲରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ।
ଅନ୍ୟପକ୍ଷରେ, ନୂଆଦିଲ୍ଲୀ ନର୍ସିଂ ଅଫିସର ଏନଆଇଟିଆରଡ଼ି ପଦ ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ନର୍ସିଂରେ ଡିପ୍ଲୋମା କରିଥିବେ। ଏହା ସହିତ ପ୍ରାର୍ଥୀ ଭାରତୀୟ ନର୍ସିଂ କାଉନସିଲରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ।
ବୟସ ସୀମା- ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଅତିକମରେ ୧୮ ବର୍ଷ ବୟସ ହେବା ବାଧ୍ୟତାମୂଳକ । ଏବଂ ସର୍ବାଧିକ ବୟସ ୩୫ ବର୍ଷ ରଖାଯାଇଛି । ଦିଲ୍ଲୀ ବାହାରେ ଏମ୍ସ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ଅଟେ । ଅନ୍ୟପକ୍ଷରେ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ କୋହଳ ପ୍ରଦାନ କରାଯିବ।
ଆବେଦନ ଶୁଳ୍କ- ସାଧାରଣ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କୁ ଏକ ଆବେଦନ ଶୁଳ୍କ ୩୦୦୦/- ଦେବାକୁ ପଡିବ । ଏଥି ସହିତ, ଏସସି /ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୪୦୦/- ଟଙ୍କା ଆବେଦନ ଶୁଳ୍କ ଦେବା ବାଧ୍ୟତାମୂଳକ ଅଟେ ।
ପୋଷ୍ଟ ସଂଖ୍ୟା – ମୋଟ ପୋଷ୍ଟ ସଂଖ୍ୟା ହେଉଛି ୩୦୫୫ ।
ଗୁରୁତ୍ୱପୂର୍ଣ୍ଣ ତାରିଖ –
ଆବେଦନ ଆରମ୍ଭ ତାରିଖ – ୧୨ ଏପ୍ରିଲ ୨୦୨୩ ।
ଆବେଦନ କରିବାର ଶେଷ ତାରିଖ – ୫ ମଇ ୨୦୨୩ ।
କିପରି ଆବେଦନ କରିବେ- ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ https://norcet4.aiimsexams.ac.in/ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ |
