୬୩ ବର୍ଷ ବୟସରେ ମଧ୍ୟ ପୁରା ଫିଟ ହ୍ରିତିକ ରୋଶନଙ୍କ ମାଆ…
ହ୍ରିତିକ ରୋଶନ ବଲିଉଡର ସବୁଠାରୁ ଅଧିକ ଫିଟ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି। ତାଙ୍କର ଫିଟ ବଡିକୁ ଦେଖି ଅନେକ ଯୁବତୀଙ୍କର ହୃତସ୍ପନ୍ଦନ ଦ୍ରୁତଗତିରେ ବୃଦ୍ଧି ପାଇଥାଏ। କେବଳ ଯୁବତୀ ହିଁ ନୁହନ୍ତି କିନ୍ତୁ ପୁଅ ମାନେ ମଧ୍ୟ ତାଙ୍କର ବଡି ଦେଖି ମାନିଯାନ୍ତି ଓ ତାଙ୍କୁ ନିଜର ରୋଲମଡେଲ ମାନିକି ତାଙ୍କ ଭଳି ବଡି ବନେଇବାର ସ୍ଵପ୍ନ ଦେଖନ୍ତି । ହ୍ରିତିକଙ୍କର ବର୍ତ୍ତମାନ ବୟସ ୪୪ଅଟେ ଓ ତାସହ ସେ ଦୁଇଟି ସନ୍ତାନର ପିତା ଅଟନ୍ତି କିନ୍ତୁ ଏସବୁ ପରେ ତାଙ୍କର ଫିଟନେସ ଓ ଲୁକ ଦେଖ ଲାଗେ ଯେ ସେ ଏବେ ୨୪ବର୍ଷର ଯୁବକ ଅଟନ୍ତି। ହ୍ରିତିକ ନିଜର ଫିଟନେସକୁ ନେଇ ସବୁବେଳେ ସଜାଗ ରହନ୍ତି, ଏହି କାରଣ ଅଟେ ଯେ ସେ ୨୦୧୭ରେ ‘ଦୁନିଆର ସବୁଠାରୁ ସେକସି ପୁରୁଷ’ ତାଲିକାରେ ତାଙ୍କର ନାମ 3ନମ୍ବରରେ ଥିଲା । ହ୍ରିତିକଙ୍କର ଖାସ କଥା ଏହା ଯେ ସେ ନିଜକୁ ତ ଫିଟ ରଖନ୍ତି ତାସହ ଅନ୍ୟମାନଙ୍କୁ ମଧ୍ୟ ଫିଟ ରହିବା ନିମନ୍ତେ ପ୍ରେରିତ କରନ୍ତି। ଏବେ ଉଦାହରଣ ନିମନ୍ତେ ତାଙ୍କର ମାଆଙ୍କୁ ନିଅନ୍ତୁ। ହ୍ରିତିକ ରୋଶନ ନିଜର ମାଆଙ୍କୁ ଫିଟ ରହିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରନ୍ତି। ତାଙ୍କର ଯୋଗୁ ଆଜି ହ୍ରିତିକ ରୋଶନଙ୍କ ମାଆ ୬୩ବର୍ଷ ବୟସରେ ମଧ୍ୟ ବହୁତ ଫିଟ ଓ ୟଙ୍ଗ ଦେଖାଯାଉଛନ୍ତି। ଏତିକି ନୁହେଁ ଯେବେ ହ୍ରିତିକ ରୋଶନ ନିଜର ମାଙ୍କ ସହିତ ବାହାରନ୍ତି ତ ଅନେକ ଲୋକ ତାଙ୍କୁ ହ୍ରିତିକଙ୍କର ବଡ ଭଉଣୀ ଭାବି ନିଅନ୍ତି । ଯଦି ଆପଣଙ୍କୁ ଆମର କଥା ଉପରେ ବିଶ୍ଵାସ ହେଉନାହିଁ ତେବେ ଟିକ ନିଜେ ତାଙ୍କର ଦର୍ଶନ କରିନିଅନ୍ତୁ ।
୬୩ବର୍ଷୀୟା ପିଙ୍କିଙ୍କୁ ପ୍ରଥମ ନଜରରେ ଦେଖି କେହି ମଧ୍ୟ ତାଙ୍କର ସଠିକ ବୟସର ଅନୁମାନ ଲଗେଇ ପାରିବେ ନାହିଁ । ପ୍ରଥମେ ହ୍ରିତିକଙ୍କ ମାଆଙ୍କ ଓଜନ ବହୁତ ଅଧିକ ଥିଲା, ଯାହାପରେ ତାଙ୍କର ପୁଅ ତାଙ୍କୁ ପରାମର୍ଶ ଦେଲେ ଯେ ସେ ନିଜର ଫିଟନେସର ଧ୍ୟାନ ରଖିବା ଆରମ୍ଭ କରନ୍ତୁ । ଏହାପରେ କିଛି ଦିନ ପାଇଁ ହ୍ରିତିକ ରୋଶନ ମଧ୍ୟ ନିଜର ମାଆଙ୍କ ସହିତ ଜିମ ଯିବାକୁ ଲାଗିଲେ।
ଦେଖୁଦେଖୁ ପିଙ୍କି ନିଜର ଓଜନ ପୁରା ୨୫କିଲୋ କମ କରିନେଲେ। ଏହା ତାଙ୍କ ନିମନ୍ତେ ବହୁତ ବଡ ଉପଲବ୍ଧି ଥିଲା ଯାହାର ଶ୍ରେୟ ସେ ନିଜର ପୁଅକୁ ଦିଅନ୍ତି। ପିଙ୍କି କୁହନ୍ତି ଯେ “ସେ ହ୍ରିତିକ ହିଁ ଥିଲା ଯିଏ ମୋତେ ଜିମ ଯିବାକୁ ଓ ଫିଟ ରହିବା ନିମନ୍ତେ ଉତ୍ସାହିତ କରିଥିଲା। ତାହାର ମାନଦଣ୍ଡରେ ଚାଲି ଆଜି ମୁଁ ପ୍ରଥମରୁ କେତେ ଅଧିକ ଫିଟ ଓ ସ୍ଵସ୍ଥ ଅଛି”।
ପିଙ୍କି ନିଜର ଫିଟନେସ କୁ ନେଇ ଏବେ ଏତେ ଅଧିକ ସଜାଗ ହୋଇଛନ୍ତି ଯେ ସେ ଅନେକଥର ହ୍ରିତିକକୁ ଜିମ ଯିବାକୁ ଓ ଫିଟ ରହିବାର ମାନଦଣ୍ଡ ଦେବାରେ ଲାଗନ୍ତି। ହ୍ରିତିକଙ୍କୁ ନିଜର ମାଆଙ୍କର ଏହି ପରିବର୍ତ୍ତନ ଉପରେ ବହୁତ ଗର୍ବ ଅଟେ। ଏହି କାରଣ ଅଟେ ଯେ ଯେବେ ମଧ୍ୟ ତାଙ୍କୁ ସୁଯୋଗ ମିଳେ ସେ ନିଜର ମାଆଙ୍କର ପ୍ରଶଂସା କରିବା ଭୁଲନ୍ତି ନାହିଁ । ହ୍ରିତିକଙ୍କର ମାଆ ଏବେ ନିଜର ବହାୟର ଅନ୍ୟ ମହିଳାଙ୍କ ନିମନ୍ତେ ମଧ୍ୟ ପ୍ରେରଣା ଅଟନ୍ତି। ତାଙ୍କର କହିବା ଏହା ଯେ ଯେକୌଣସି ବୟସରେ ଫିଟ ରହିବା ଉଚିତ ଓ ନିଜର ସ୍ୱାସ୍ଥ୍ୟକୁ ଧ୍ୟାନ ଦେବା ଉଚିତ। ହ୍ରିତିକଙ୍କର ମାଆ ନାରୀ ସଶକ୍ତିକରଣର ଏକ ଉତ୍ତମ ଉଦାହରଣ ଅଟନ୍ତି ।
ଜଣେଇଦେବୁ ଯେ ପିଙ୍କି ରୋଶନ ‘ବଡି ପାୱାର ପ୍ରୋ ଫିଟନେସ ଏକ୍ସିଭିଜନ’ (୨୦୧୪ ୟୁ.କେ)ରେ ଭାଗ ନେଇସାରିଛନ୍ତି। ସେଠାରେ ସେ ଲୋକଙ୍କୁ ଫିଟନେସ ସହିତ ଜଡିତ ଟିପ୍ସ ମଧ୍ୟ ଦେବାର ଦେଖାଯାଇଛନ୍ତି । ମାଆଙ୍କ ବ୍ୟତୀତ ହ୍ରିତିକ ନିଜର ଭଉଣୀ ସୁନୟନା ରୋଶନଙ୍କୁ ମଧ୍ୟ ଓଜନ କମ କରିବା ପାଇଁ ପ୍ରେରିତ କରିଛନ୍ତି। ତାଙ୍କର ଭଉଣୀ ହ୍ରିତିକଙ୍କର ମପାଦଣ୍ଡରେ ନିଜର ୫୦କିଲୋ ଓଜନ କମ କରିଥିଲେ। ମାଆ ଓ ଭଉଣୀଙ୍କ ସହିତ ହ୍ରିତିକ କେବେକେବେ ବାପା ରାକେଶ ରୋଶନଙ୍କୁ ମଧ୍ୟ ଫିଟନେସର ପରାମର୍ଶ ଦେଇଥାନ୍ତି ।



