ଆଗରପଡା ଓ ବାଲେଶ୍ୱର ଫାଇନାଲକୁ ଉନ୍ନିତ
ଖଇରା : ମା ଶିରାଦେବୀ ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଖେଳ ପଡିଆରେ ଚାଲିଥିବା ଶ୍ରୀରାମପୁର କ୍ରିକେଟ ଟୁର୍ନାମେଣ୍ଟ ର ୨ଟି ସେମିଫାଇନାଲ ମ୍ୟଚ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ବିସି କୁପାରୀ ଓ ଆଗରପଡା ମଧ୍ୟରେ ଅନୁଷ୍ଠିତ ପ୍ରଥମ ରାଉଣ୍ଡ ମ୍ୟାଚରେ ଆଗରପଡା ପ୍ରଥମେ ବ୍ୟାଟିଂ କରି ୯ଉଇକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଥିଲା । ଜବାବରେ କୁପାରୀ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୬ରନ ସଂଗ୍ରହ କରିଥିଲା । ସେହିଭଳି ବାଲେଶ୍ୱର ଥଣ୍ଡର ଇଲେଭେନ ଏବଂ ବୁଢାଗଡିଆ ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ୨ୟ ରାଉଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବୁଢାଗଡିଆ ୯ଉଇକେଟ ୬୮ରନ ସଂଗ୍ରହ କରିଥିଲା । ଜବାବରେ ବାଲେଶ୍ୱର ୩ଉଇକେଟ ହରାଇ ୭୦ରନ ସଂଗ୍ରହ କରି ବିଜୟୀ ଲାଭ କରିଥିଲା । ରାଜେନ୍ଦ୍ର ସେଠୀ ଓ ଜୟପ୍ରକାଶ ରାଉତ ମ୍ୟାଚ ପରିଚାଳନା କରିଥିଲେ । ମୁକୁନ୍ଦ ପ୍ରସାଦ ସାହୁ,ପ୍ରଭାସ ଚନ୍ଦ୍ର ମୁଦୁଲି ,ହିମାଂଶୁ ଶେଖର ନନ୍ଦ,ଚନ୍ଦନ କୁମାର ନାୟକ,ଗୋପଳ ପଣ୍ଡା,ଭଗବାନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ୧ତାରିଖ ଦିନ ଆଗରପଡା ଓ ବାଲେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।
