ବିଜୟ ପରେ ମା’ଙ୍କୁ ସାକ୍ଷାତ କରି ପାଦ ଛୁଇଁଲେ ମୋଦି
ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଅନେକ ସ୍ଥାନକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ପ୍ରଥମ ଦିନରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ନିଜ ମା’ ହୀରାବେନଙ୍କୁ ଭେଟିଛନ୍ତି । ସେ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଏଥି ସହିତ ଏକାଠି ବସି ମା’ଙ୍କ ସହିତ ଭୋଜନ ମଧ୍ୟ କରିଛନ୍ତି ।
ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ ୨ ବର୍ଷ ପରେ ତାଙ୍କର ମା’ଙ୍କୁ ଭେଟିଛନ୍ତି । ଗତ ୧୦ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା । ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ଭୋଟ ମିଳିଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି । ଏହି ୪ଟି ରାଜ୍ୟରେ ବିଜେପି କ୍ରମାଗତ ସରକାର ଗଢ଼ି ଇତିହାସ ରଚିଛି ।
