ଭାରତ ପାଇଁ ଖରାପ ଖବର ! ଟେଷ୍ଟ ପରେ ଦିନିକିଆ ସିରିଜରୁ ବାହାର ହେଲେ ମ୍ୟାଚ୍ ୱିନର୍ ଖେଳାଳି
India's Jasprit Bumrah prepares to bowl in nets during a practice session at the Punjab Cricket Association Stadium in Mohali on September 19, 2022, on the eve of their first Twenty20 international cricket match against Australia. (Photo by Sajjad HUSSAIN / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ୨୦୨୩ ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜର ୨ଟି ମ୍ୟାଚ୍ ଶେଷ ହୋଇସାରିଛି । ବର୍ତ୍ତମାନ ପରବର୍ତ୍ତୀ ୨ଟି ମ୍ୟାଚ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନକର୍ତ୍ତା ଭାରତୀୟ ଦଳ ଘୋଷଣା କରିଛନ୍ତି । ସେପଟେ ଜଣେ ବଡ଼ ମ୍ୟାଚ୍ ୱିନର୍ ଖେଳାଳିଙ୍କୁ ଉଭୟ ଦଳରେ ସ୍ଥାନ ମିଳିନାହିଁ । ଏହି ଖେଳାଳି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳର ଅଂଶ ହୋଇପାରି ନଥିଲେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ବର୍ତ୍ତମାନ ଏହି ଖେଳାଳିଙ୍କୁ ଆଇପିଏଲରେ ଖେଳୁଥିବା ଦେଖିପାରନ୍ତି ।
ଟିମ୍ ଇଣ୍ଡିଆର ଷ୍ଟାର୍ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ବିଗତ ଅନେକ ଥର ଆଘାତ ସହ ସଂଘର୍ଷ କରୁଛନ୍ତି । ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଜସପ୍ରୀତ ବୁମ୍ରା ଅନ୍ତର୍ଭୁକ୍ତ ହୋଇନଥିଲେ । ଏହି ଟେଷ୍ଟ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ସେ ବର୍ତ୍ତମାନ ଦଳରେ ସାମିଲ ହୋଇନାହାଁନ୍ତି । ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ମଧ୍ୟ ଜସପ୍ରୀତ ବୁମ୍ରାଙ୍କୁ ଚୟନ କରାଯାଇ ନାହିଁ ।
ଜସପ୍ରୀତ ବୁମ୍ରାଙ୍କ ଷ୍ଟ୍ରେସ୍ ଫ୍ୟାକ୍ଚରରୁ ସୁସ୍ଥ ହେବା ପ୍ରକ୍ରିୟା ମନ୍ଥର ଗତିରେ ରହିଛି, ଯେଉଁ କାରଣରୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିସ୍କ ନେଇନାହିଁ । ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନର ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଜସପ୍ରୀତ ବୁମ୍ରାଙ୍କ ଆବଶ୍ୟକତା ହୋଇପାରେ । ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ତାଙ୍କ ଉପସ୍ଥିତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଜସପ୍ରୀତ ବୁମ୍ରା ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତ୍ୟାବର୍ତ୍ତନ କରିବେ, ଯେଉଁଠାରେ ତାଙ୍କର କାର୍ଯ୍ୟଭାର ଉପରେ ନଜର ରଖାଯିବ ।
ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୦ଟି ଟେଷ୍ଟ ମ୍ୟାଚ୍, ୭୨ଟି ଦିନିକିଆ ଏବଂ ୬୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୧୨୮ ୱିକେଟ୍, ଦିନିକିଆରେ ୧୨୧ ୱିକେଟ୍ ଏବଂ ଟି-୨୦ରେ ୭୦ ୱିକେଟ୍ ନେଇଛନ୍ତି । ଜସପ୍ରୀତ ବୁମ୍ରା ବର୍ତ୍ତମାନ ଭାରତର ଅନ୍ୟତମ ସଫଳ ବୋଲର ଭାବରେ ବିବେଚିତ ହୋଇଛନ୍ତି । ଜୁଲାଇ ୨୦୨୨ରେ ଇଂଲଣ୍ଡ ଗସ୍ତ ପରେ ଜସପ୍ରୀତ ବୁମ୍ରାଙ୍କୁ ଅଣ୍ଟାରେ ‘ଷ୍ଟ୍ରେଚ ଫ୍ୟାକ୍ଚର’ ସାମ୍ନା କରିବାକୁ ପଡ଼ିଥିଲା । ଏହି ଆଘାତ ଯୋଗୁଁ ସେ କ୍ରମାଗତ ଭାବରେ ଦଳରୁ ବାହାରେ ଅଛନ୍ତି ।
ଭାରତର ଦିନିକିଆ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍ ।
