ବାପାଙ୍କ ମୃତ୍ୟୁ ପରେ ଗ୍ରାଚୁଇଟି ଟଙ୍କାକୁ ନେଇ ବଡ ଭାଇକୁ ହତ୍ୟା କଲା ସାନ ଭାଇ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ବଲାଙ୍ଗୀର : ଭାଇ ସାଜିଲା ଭଗାରୀ । ସାମାନ୍ୟ କେଇ ଟଙ୍କା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ । ହତ୍ୟା ପରେ ବଡ ଭାଇର ମୃତଦେହକୁ ନେଇ ଜଙ୍ଗଲରେ ପୋତି ଦେଇଥିଲେ । ଏଭଳି ଏକ ଘଟଣା ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅନ୍ତର୍ଗତ ଗୋରୁବଜାର ପଡାର ଅଞ୍ଚଳରେ ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଗୋରୁବଜାର ପଡାର ସଞ୍ଜୟ ବେହେରା ବୋଲି ଜଣାପଡିଛି।
ସୂଚନା ଯେ, ବିଦ୍ୟୁତ ବିଭାଗରେ କାର୍ୟ୍ୟରତ ସଞ୍ଜୟଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଗ୍ରାଚୁଇଟି ଟଙ୍କା ଆସିବାର ଥିଲା । ଏହାକୁ ନେଇ ବଡ ଭାଇ କାଳେ ଅଧିକ ଟଙ୍କା ପାଇବ ସେଥିପାଇଁ ଗତ ୪ ତାରିଖ ଦିନ ସାନ ଭାଇ ପ୍ରମୋଦ ବଡ ଭାଇକୁ ହତ୍ୟା କରି ଝାରଦେବନ୍ଧ ଜଙ୍ଗଲରେ ପୋତି ଦେଇଥିଲା । ଆଜି ଟିଟିଲାଗଡ଼ ଉପଖଣ୍ଡ ପିଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ତଥା ସାଇଣ୍ଟିଫିକ ଦଳ ସହ ହତ୍ୟାକାରୀକୁ ଧରି ଜଙ୍ଗଲରେ ଖୋଦେଇ ଚାଲିଛି । ଗାତ ତଳୁ ମୃତକ ସଞ୍ଜୟ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
