୪ ଦିନ ନହେଉଣୁ ସଜନାଗଡ଼ ମେଡିକାଲରୁ ତାଲା ଭାଙ୍ଗି ଚୋରି
ନୀଳଗିରି : ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚାରି ଦିନ ନହେଉଣୁ ପୁନଃର୍ବାର ତାଲା ଭାଙ୍ଗି ଚୋରି । ପ୍ରଥମ ଚୋରିର ପୋଲିସ୍ କୌଣସି ଟେର ପାଇନଥିବା ବେଳେ ଶନିବାର ବିଳମ୍ବିତ ରାତ୍ରିରେ ଚୋରି ଘଟଣା ସ୍ୱାସ୍ଥ୍ୟ ବିଭାଗକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ ବିଷୟ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ଯେ, ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରୁ ଶନିବାର ବିଳମ୍ବିତ ରାତ୍ରୀରେ ତାଲାଭାଙ୍ଗି ଚୋରି ହୋଇଥିଲା । ରବିବାର ପୂର୍ବାହ୍ନରେ ମେଡ଼ିକାଲ ପରିସରରେ ରହିଥିବା ଜଣେ କର୍ମଚାରୀ ତାଲା ଭଙ୍ଗାଯାଇଥିବା ସହ ଚାରି ହୋଇଥିବାର ଦେଖିବାକୁ ପାଇଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁଜିତ ମାଝୀ ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଥିଲେ । ମେଡିକାଲ ଭିତରେ ଏକ ନୂଆ କମ୍ପ୍ୟୁଟର, ଡାକ୍ତରଙ୍କ ମେଡିକାଲ ସାମଗ୍ରୀ ଓ ୧୦ଟି ଫ୍ୟାନ ନଥିବା ଦେଖିବାକୁ ମିଳିଛି । ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ଚାରି ଦିନ ପୂର୍ବରୁ ତଥା ବୁଧବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଏବଂ ଚରମ ଅବ୍ୟବସ୍ଥା ସମ୍ପର୍କରେ ଶନିବାର ସିଡିଏମଓ ଓ ଏଡ଼ିଏମ୍ଓ ପରିଦର୍ଶନ କରି ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଅଳ୍ପଦିନ ମଧ୍ୟରେ ରାତ୍ର ଜଗୁଆଳୀ ରହିବାର ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍ଓ କହିଥିଲେ । ମାତ୍ର ପରିଦର୍ଶନ ଦିନ ୧୨ଘଣ୍ଟା ନହେଉଣୁ ପୁଣି ବିଳମ୍ବିତ ରାତ୍ରିରେ ଚୋରି ଘଟଣା ଚୋରଙ୍କ ଖୋଲା ଚ୍ୟାଲେଞ୍ଜର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ବିଳମ୍ବିତ ରାତ୍ରିରେ ଚୋରି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି ।
