୧୨ ପରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ଜୁନ୍ ୧୨ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଗୁଳୁଗୁଳି ପରିଲକ୍ଷିତ ହେଉଛି ।ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ ପାଗରେ ପରିବର୍ତନ ସହ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ । ଅନ୍ୟପଟେ ଆଜି ୪ ଜିଲାକୁ ହିଟ୍ ୱେଭ ୱାର୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
