ଅଟ୍ରୋସିଟି କେସ୍ରେ ଓକିଲ-ପୋଲିସ ନେଉଛନ୍ତି କମିଶନ- ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ୱର : ଆଟ୍ରୋସିଟି ମାମଲା ଓ ପୋଲିସ ଏବଂ ଓକିଲ ମାନଙ୍କୁ ନେଇ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଅତ୍ୟନ୍ତ ଗୁରୁତର ବକ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି ଯେ ପୀଡ଼ିତଙ୍କଠାରୁ ପୋଲିସ କମିଶନ ନେଉଛି । ଖାଲି ପୋଲିସ ନୁହେଁ ଆଇନଜୀବୀ ମଧ୍ୟ ପୀଡ଼ିତଙ୍କଠାରୁ ନେଉଛନ୍ତି କମିଶନ । ସେ ଆହୁରି ଏକ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ପରିଚାଳିତ । କାହାକୁ ଫସେଇବାକୁ ହେଲେ ଅନୁସୂଚିତ ଜାତି – ଜନଜାତି ମାମଲାର ସହାୟତା ନିଆଯାଉଛି ବା ସେଥିରେ ଛନ୍ଦି ଦିଆଯାଉଛି । ଆଟ୍ରୋସିଟି କେସ୍ ଲାଗିଲେ ଜଣେ ବ୍ୟକ୍ତି ଡରିବା ସ୍ୱାଭାବିକ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ ଅନୁସୂଚିତ ଜାତି – ଜନଜାତି ଲୋକଙ୍କୁ କିଛି କ୍ଷେତ୍ରରେ ପଲିଟିକାଲ ଟୁଲ୍ ଭାବେ ବ୍ୟବହାର କରାଯାଉଛି ।
