ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଗିରଫ
ଭବାନୀପାଟଣା : ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଭବାନୀପାଟଣା କେବିକେ ଏମଆଇ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ଉ ବେଳେ କନ୍ଦର୍ପଙ୍କ ଆୟ ଠାରୁ ୭୫ ପ୍ରତିଶତ ଅଧିକ ସମ୍ପତି ଠାବ ହୋଇଥିଲା । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ସ୍ଥିତ ତାଙ୍କ ଅଫିସ ଓ କ୍ୱାର୍ଟର୍ସ, ଭୁବନେଶ୍ୱରର ତିନୋଟି ସ୍ଥାନ, ଅନୁଗୁଳର ତିନୋଟି ସ୍ଥାନ ଏହିପରି ମୋଟ୍ ୮ଟି ସ୍ଥାନରେ ଗତକାଲି ଠାରୁ ଏକକାଳୀନ ଚଢ଼ଉ ଜାରୀ ରଖିଥିଲା ଭିଜିଲାନ୍ସ ଟିମ୍ । ଚଢ଼ଉ ବେଳେ ତାଙ୍କର ୨ଟି କାର୍ ଓ ୧୫ଟି ବ୍ୟାଙ୍କ ଆକାଉଂଟ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।
