ବିଜେପି ପାଇଁ ଭୋଟ ଭିକ୍ଷା କଲେ ଅଭିନେତ୍ରୀ କଙ୍ଗନା ରାନାୱତ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟରେ ଜୋରଦାର ପ୍ରଚାର । ସାର୍ବଜନୀକ ଭାବରେ ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ସୋସିଆଲ ମିଡିିଆରେ ଏକ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଆଣିବା ଦରକାର’ ।
କଙ୍ଗନା ପୋଷ୍ଟ କରିଥିବା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ସମସ୍ତେ ଜାଣୁ ଯେ ଉତ୍ତରପ୍ରଦେଶରେ ଏବେ ନିର୍ବାଚନୀ ଲଢେଇ ଖୁବ ଜୋରସୋରରେ ଚାଲିଛି । ଏହି ଯୁଦ୍ଧ ଜିତିବାକୁ ଆମର ଏକ ମାତ୍ର ଅସ୍ତ୍ର ହେଉଛି ଭୋଟ । ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଶାସନକୁ ଆଣିବା ଦରକାର । ମତଦାନ କ୍ଷେତ୍ରକୁ ଯେତେବେଳେ ବି ଯାଉଛନ୍ତି, ସାଙ୍ଗରେ ନିହାତି ଭାବେ ଦୁଇ ତିନି ଜଣଙ୍କୁ ନେଇ ଯାଆନ୍ତୁ । ଏଯାଏଁ ୨ ଲକ୍ଷରୁ ଅଧିକ ୟୁଜର୍ସ ଏହାକୁ ଲାଇକ୍ କରିଥିବାବେଳେ ୯ହଜାରରୁ ଅଧିକ ୟୁଜର୍ସ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
