‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍ଲେ
ପୁଣେ : ଅଭିନେତା ବିକ୍ରମ୍ ଗୋଖ୍ଲେଙ୍କର ମୃତ୍ୟୁ ହୋଇନାହିଁ, ଏବେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିବା କଥା ଏବେ ତାଙ୍କ ପରିବାର ଲୋକେ କହିଛନ୍ତି। ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି। ଏସବୁ ମଧ୍ୟରେ ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ମଧ୍ୟ ବ୍ୟାପିଯାଇଥିଲା।
ନ୍ୟୁଜ୍ ଏଜେନସି ଏଏନ୍ଆଇ ଟ୍ଵିଟ୍ କରି କହିଛନ୍ତି, ଏନେଇ ତାଙ୍କ ଝିଅ ନେହା କହିଛନ୍ତି ଯେ ବିକ୍ରମ ଗୋଖଲେ କୋମାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କ ମୃତ୍ୟୁ ଖବର ଏକ ଗୁଜବ। ଏଠାରେ, ଗୋଖଲେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି। ଯାହାକି ଏହି ଖବର ପୁରାପୁରି ମିଥ୍ୟା। କହିବାକୁ ଗଲେ ସୋସିଆଲ୍ ମିଡିଆରେ ସେଲେବ୍ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେଥିମଧ୍ୟରୁ ଏଥିରେ ଅଜୟ ଦେବଗନ୍, ମୁକେଶ ଛାବ୍ରା, ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ତାରକା ଅଛନ୍ତି ।
