ହୃଦଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ
ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା ବିଗ୍ ବସ୍ ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ହୃଦଘାତରେ ମୁମ୍ବାଇର କୁପୁର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ପୁରା ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥ ବିଗ୍ ବସ୍-୧୩ର ବିଜେତା ଥିଲେ । ଏହା ସହିତ ଅନେକ ହିନ୍ଦୀ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ।
TV actor Siddharth Shukla passes away, say Mumbai Police pic.twitter.com/z1o3aESFP9
— ANI (@ANI) September 2, 2021
ଅଭିନେତା ସିଦ୍ଧାର୍ଥ ଶୁକ୍ଲା ବୁଧବାର ରାତିରେ ଶୋଇବା ସମୟରେ କିଛି ଔଷଧ ଖାଇଥିଲେ । ଯାହାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇ ସ୍ଥିତ କୁପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍ଘାତ ହୋଇଥିବା କହିଥିଲେ । ସୂଚନା ଯେ, ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ସିଦ୍ଧାର୍ଥ ଶୁକ୍ଲା ଜନ୍ମଗ୍ରହଣ କରିଥିଲେ । ମଡେଲ ଭାବରେ ନିଜ କ୍ୟାରୟର ଆରମ୍ଭ କରିଥିଲେ । ୨୦୦୪ରେ ଟିଭି ସିରିଏଲରୁ ଫିଲ୍ମରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲକି ଆଙ୍ଗନ ଏକ ଟିଭି ସିରିଏଲରେ ନଜର ଆସିଥିଲେ । ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲେ । କିନ୍ତୁ ସିରିଏଲ ବାଳିକା ବଧୂ ତାଙ୍କୁ ଖୁବ୍ ପରିଚୟ ଦେଇଥିଲା ।ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍ ବସ୍ ସିଜିନ୍ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ହଠାତ୍ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍କା ଦେଇଛି। ବିଶେଷ କରି ବିଗ୍ ବସ୍ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦନ ତାଙ୍କର ଫ୍ୟାନ୍ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍ ବୟସରେ ହଠାତ୍ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍ଙ୍କୁ ସ୍ତବ୍ଧ କରିଦେଇଛି। ‘ବାଳିକା ବଧୂ’ ସିରିଏଲ୍ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ ‘ହମ୍ପଟି ଶର୍ମାକି ଦୁଲହନିଆଁ’ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍ ବଟ୍ ବିୟୁଟିଫୁଲ୍-୩’ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ ‘ଖତରୋଁ କେ ଖିଲାଡି ସିଜିନ୍-୭’ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ। ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ। ସେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ। ୨୦୦୮ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ରୁ। ଟେଲିଭିଜନ ଦୁନିଆରେ ସଫଳତା ପାଇବା ପରେ ସେ ବଲିଉଡରେ ମଧ୍ୟ ପାଦ ଥାପିଥିଲେ। ୨୦୧୪ରେ ଆସିଥିବା ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆଁ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେହି ବର୍ଷ ସେ ‘ବ୍ରୋକନ୍ ବଟ୍ ବିୟୁଟିଫୁଲ୍’ ନାମକ ଏବ ୱେବସିରିଜରେ ଅଭିନୟ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ ମିଳିଥିଲା।
