ବାଲେଶ୍ୱର ପୁରୁଷ ଓ ମହିଳା ଖୋଖୋ ଖେଳାଳିଙ୍କ କୃତିତ୍ୱ : କ୍ରୀଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ବାଲେଶ୍ୱର : ଅନୁଗୁଳ ଠାରେ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ ୫୪ତମ ଖୋ ଖୋ ପ୍ରତିଯୋଗିତାରେ ବାଲେଶ୍ୱର ପୁରୁଷ ଦଳ ଭୂବନେଶ୍ୱରର କିଟ୍ ଦଳକୁ ହରାଇ ଚମ୍ପିଆନ ହୋଇଥିବା ବେଳେ ମହିଳା ଦଳ ରନର୍ସ ଅପ ହୋଇଛି । ତେବେ ଏହି ପ୍ରତିଯୋଗିତାରେ ସଫଳ ହୋଇ ବାଲେଶ୍ୱର ଫେରିଥିବା ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିଙ୍କ ସମେତ ପ୍ରଶିକ୍ଷକ ମଳୟ ରଞ୍ଜନ ବେହେରାଙ୍କୁ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି ।
କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଏଥିରେ ଯୋଗଦେଇ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଅନ୍ୟାନ୍ୟ ବର୍ଗର ଉଦୀୟମାନ ଖେଳାଳଙ୍କ ଭଳି ଖୋ ଖୋ ଖେଳାଳିଙ୍କୁ ବି ସଂଘ ପକ୍ଷରୁ ଉଚିତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପ୍ରଦାନ ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ, ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, ସହ-ସମ୍ପାଦକ ପଦ୍ମଲୋଚନ ଲେଙ୍କା, ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଲେଙ୍କା, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ଜଗଦୀଶ ବେହେରା, ଚିତ୍ତରଞ୍ଜନ ପାଶା, କୋଷାଧ୍ୟକ୍ଷ ଅମର କୁମାର ମହାନ୍ତି, ରବୀନ୍ଦ୍ର କୁମାର ସାହୁ, ସାଦିକ ଅଲି ଖାଁ, ସଞ୍ଜୟ କୁମାର ଗିରି ପ୍ରମୁଖ କର୍ମକର୍ତାମାନେ ଉପସ୍ଥିତ ରହି ଖୋ ଖୋ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
