ପାଚେରି ଡ଼େଇଁ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ
ପୁରୀ : ବାସେଳି ସାହି ଥାନା ଭିତରୁ ଗତ ସୋମବାର ରାତିରେ ଜଣେ ଅଭିଯୁକ୍ତ ପାଚେରି ଡ଼େଇଁ ଚମ୍ପଟ ମାରିବା ଘଟଣା ଏବେ ସହରରେ ଚର୍ଚ୍ଚା ଯୋର ଧରିଛି । ଅଭିଯୁକ୍ତକୁ ପୋଲିସ ଥାନାକୁ ଆଣିବା ପରେ କୋର୍ଟ ପଠାଇବା ପାଇଁ କାଗଜପତ୍ର ପସ୍ତୁତ କରିଥିଲେ । ଏକ ପୁରୁଣା ମାମଲାରେ ବାବୁନା ଭୋଇକୁ ପୋଲିସ ଗିରଫ କରି ଥାନାରେ ରଖିଥିଲା । ବାବୁନା ରାତିରେ କୌଶଳକ୍ରମେ ଖସି ଯିବାକୁ ସକ୍ଷମ ହୋଇଥିଲା । ପୋଲିସ ଧର ଧର କହିଲା ବେଳକୁ ବାବୁନା ଚମ୍ପଟ ମାରିଥିଲା । ଏହି ଖସିବା ଘଟଣାକୁ ନେଇ ପୋଲିସ ଅନ୍ୟ ଏକ ମାମଲା ରୁଜୁ କରିଛି । ପୋଲିସର ପାରିବାରିଆ ପଣକୁ ସଂପୃକ୍ତ ଅଞ୍ଛଳରେ ଜନତା ଆଲୋଚନା କରୁଛନ୍ତି ।
