ଧର୍ମଶାସ୍ତ୍ର ଅନୁଯାୟୀ କେବେ ବି ଦାନ କରନ୍ତୁନି ଏହି ସବୁ ଜିନିଷ, ନଚେତ ଆସିଥାଏ ଘୋର ସମସ୍ୟା…
ହିନ୍ଦୁ ଧର୍ମରେ ଦାନଧର୍ମର ବିଶେଷ ମହତ୍ୱ ରହିଛି। ଯେ କୌଣସି ବ୍ରତ ଓ ପୂଜା, ଦାନ ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ସେହିପରି ନିଜର କ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ ଧର୍ମଶାସ୍ତ୍ର ଅନୁଯାୟୀ, ଏମିତି କିଛି ଜିନିଷ ଅଛି, ଯାହାକୁ ଦାନ ଦେବା ଉଚିତ ନୁହେଁ। ଏହାଦ୍ୱାରା ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ …
ଆଧ୍ୟାତ୍ମିକ ପୁସ୍ତକକୁ ଏଭଳି ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ ନାହିଁ, ଯାହାର ଆଧ୍ୟାତ୍ମିକତା କ୍ଷେତ୍ରରେ ରୁଚି ନଥିବ। କାରଣ ସେଭଳି ବ୍ୟକ୍ତି ପୁସ୍ତକର ଅବମାନନା କରିଥାନ୍ତି। ତେଣୁ ଯିଏ ଦାନ କରିଛନ୍ତି, ତାଙ୍କ ପାଇଁ ଏହା ପାପର କାରଣ ହୋଇଥାଏ।
ଭୋଜନ ବା ଅନ୍ନଦାନ ସବୁଠାରୁ ବଡ଼ ପୁଣ୍ୟ। କିନ୍ତୁ କାହାକୁ ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ କରିବା ଭଳି ହୋଇଥାଏ।
ସନ୍ଧ୍ୟା ସମୟରେ ଲୁଣଦାନ କରିବା ଦ୍ୱାରା ଆର୍ଥିକ ଅନଟନ ଦେଖାଯାଏ। ଏହା ସହିତ ସନ୍ଧ୍ୟା ସମୟରେ ଖଟା ଜିନିଷ ଓ ଦହି ସେବନ କରନ୍ତୁ ନାହିଁ।
ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋକୁ ଭୁଲ୍ରେ ସୁଦ୍ଧା କାହାକୁ ଦାନ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ଅନ୍ୟ ପାଖକୁ ଚାଲିଯାଆନ୍ତି। ଯାହାଦ୍ୱାରା ଆର୍ଥିକ କ୍ଷତି ସହିବାକୁ ପଡ଼େ। ମା’ ଲକ୍ଷ୍ମୀ-ଶ୍ରୀଗଣେଶଙ୍କ ଚିତ୍ର ଥିବା କଏନ୍ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ବା ଦାନ କରନ୍ତୁ ନାହିଁ।
ଫଟା ଷ୍ଟିଲ୍ ବାସନ ଓ ଲୁହା ଜିନିଷ କାହାକୁ ଦାନ କରନ୍ତୁ ନାହିଁ। କ୍ଷୁଣ ଜିନିଷ ଦାନ ଦେଲେ ଶନିଦେବଙ୍କ କୋପଦୃଷ୍ଟି ପଡ଼ିଥାଏ, ଯାହା ଫଳରେ ଅନେକ ସମସ୍ୟା ଆସେ।
କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ। ଏହି ଦାନ କଲେ କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳି ନ ଥାଏ।
ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ୍ ଉପଯୁକ୍ତ ଏବଂ ଅଭାବୀ ଲୋକଙ୍କୁ ହିଁ ଦାନ କରିବା ଉଚିତ। ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ଏବଂ ଆହୁରି ଅଧିକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।
ପୁରୁଣା ଏବଂ ନିଜ ଉପଯୋଗରେ ଆସୁ ନ ଥିବା ପୁରୁଣା ଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ।
ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ଅଶୁଭ ହେଇଥାଏ ଏବଂ ଧନହାନି ହେଇଥାଏ।
ଝାଡ଼ୁ ମଧ୍ୟ ଦାନ କରିବା ଅନୁଚିତ। ଏହା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହେଇଥା’ନ୍ତି ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ବୋଲି ବିଶ୍ବାସ ରହିଛି।
ଶାସ୍ତ୍ର ଅନୁଯାଇ ଯଦି ଆମର ଶନିଦଶା ପଡିଥାଏ ତେବେ ତେଲ ଦାନ ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପ ତେଲ ଦାନ କରିବା ଦ୍ବାରା ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରୁହେ।
ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଦେହ ଖରାପ ହେଇଥାଏ ।
