ଆଜିଠୁ ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ’, ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
କଟକ : ଆଜିଠୁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ । ଆସନ୍ତା ସପ୍ତାହେ ଧରି ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି । ଏଥିପାଇଁ ଶନିବାର ଠାରୁ ଆରମ୍ଭ ହେବ ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ’ (ଜିରୋ ଫଟାଲିଟି ଉଇକ୍) । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ କୁହାଯାଇଛି ।
'ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ '
— State Transport Authority, Odisha (@STAOdisha) March 29, 2023
📅 ତା : ୦୧-୦୪-୨୦୨୩ ରୁ ୦୭-୦୪-୨୦୨୩
ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଆସନ୍ତୁ ସମସ୍ତେ ପ୍ରୟାସ କରିବା ; ଦୁର୍ଘଟଣା ଜନିତ ମୃତ୍ୟୁ ବିରୁଦ୍ଧରେ ମିଳିତ ଉଦ୍ୟମ କରିବା I
Together we can make a difference and save precious lives.#ZeroFatalityWeek#RoadSafety@CTOdisha pic.twitter.com/PqJ8nKuOxe
ଶନିବାର ସକାଳ ୯ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏବଂ ପୁଣି ୩ ଟାରୁ ୭ଟା ପର୍ଯ୍ୟନ୍ତ ଅଭିଯାନ ଚାଲିବ । ସେହିଦିନ ହେଲମେଟ୍ ପିନ୍ଧିନଥିବା, ଦ୍ରୁତଗତିରେ ଗାଡ଼ି ଚଳାଉଥିବା, ସିଟ୍ ବେଲଟ୍ ପିନ୍ଧିନଥିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ର ବ୍ୟବହାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ୨ ତାରିଖ ରବିବାର ଅପରାହ୍ନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯିବ। ୩ ତାରିଖ ସୋମବାର ଅପରାହ୍ନ ୩ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳକ ଏବଂ ଓଭର୍ଲୋଡିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୪ ତାରିଖ ମଙ୍ଗଳବାର ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନାବାଳକ/ନାବାଳିକା ଗାଡ଼ି ଚାଳକ ଏବଂ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅପରାହ୍ନ ୩ ଟାରୁ ସଂଧ୍ୟା ୭ ଟା ମଧ୍ୟରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ୫ ତାରିଖ ବୁଧବାର ଅପରାହ୍ନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭୁଲ୍ ପାଶ୍ୱର୍ରେ ଗାଡ଼ି ଚଳାଉଥିଲେ, ବେଆଇନ ଭାବେ ପାର୍କିଂ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ୭ ତାରିଖ ଶୁକ୍ରବାର ସକାଳ ୯ ଟାରୁ ୧ଟା ଏବଂ ଅପରାହ୍ଣ ୩ ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦ୍ରୁତଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ର ବ୍ୟବହାର, ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇବା ଏବଂ ନାବାଳକ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ଟିଏର ସହକାରୀ କମିସନର (ଏନ୍ଫୋର୍ସମେଣ୍ଟ) ଲାଲ୍ମୋହନ ସେଠୀ ସୂଚନା ଦେଇଛନ୍ତି ।
