ଡ୍ରେନ୍ ଖୋଳିବା ବେଳେ ଅଘଟଣ : ମନ୍ଦିର ପାଚେରୀ ଭୁଶୁଡି ଜଣେ ଶ୍ରମିକ ମୃତ, ଦୁଇ ଆହତ
ଭୁବନେଶ୍ୱର : ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀରେ ଡ୍ରେନ୍ ଖୋଳିବା ବେଳେ ଅଘଟଣ । କଡ଼ରେ ଥିବା ମନ୍ଦିର ପାଚେରୀ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀରେ ଡ୍ରେନ୍ ଖୋଳା କାମ ଚାଲିଥିବା । ଏହି ସମୟରେ ଡ୍ରେନ୍ କଡ଼ରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ପାଚେରୀଟି ଭୁଶୁଡି ପଡିଥିଲା ।ଯାହାଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ମୃତ ଶ୍ରମିକ ନୟାଗଡ଼ର ନବକିଶୋର ନାୟକ ବୋଲି ଜଣାପଡିଥିବା ବେଳେ ଆହତ ଶ୍ରମିକ ବି ନୟାଗଡ଼ ଗୋଡିପଡ଼ାର ବୁଦ୍ଧୁରାମ ଦାସ ବୋଲି ଜଣାପଡିଛି । ବାକି ଅନ୍ୟ ଜଣ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଡ୍ରେନ୍ ଖୋଳା ବେଳେ କିପରି ମନ୍ଦିର ପାଚେରୀ ଭୁଶୁଡିଲା । ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।
