ସାପକୁ ରାକ୍ଷୀ ବାନ୍ଧିବା ବେଳେ ଅଘଟଣ, ଜଣେ ମୃତ
ପାଟନା : ବିହାର ସାରଣ ଜିଲାରେ ଅଭାବନୀୟ ଘଟଣା । ରାକ୍ଷୀ ପୁର୍ଣିମା ଅବସରରେ ସାପ କାମୁଡ଼ାରେ ଜଣେ ଭାଇର ମୃତ୍ୟୁ । ଏନେଇ ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
#बिहार के सारण में एक भाई ने अपनी बहन से सांप को बंधवाई राखी. बहन की आंखों के सामने ही उसी सांप ने भाई को डंसा. जिससे उसकी मौत
— rajeshkumarojha (@rajeshrepoter) August 22, 2021
हो गई. #ViralVideo pic.twitter.com/ovLSaWYlXJ
ରାକ୍ଷୀ ପୁର୍ଣିମା ଅବସରରେ ମନମୋହନ ନିଜ ଭଉଣୀକୁ ସାପକୁ ରାକ୍ଷୀ ବାନ୍ଧିବାକୁ କହିଥିଲେ। କିନ୍ତୁ ସେ ଭୟ ପାଇ ଏଥିରୁ ଦୂରେଇ ରହିଥିଲେ। ପରେ ମନମୋହନ ଦୁଇଟି ସାପକୁ ଧରି ମୁଣ୍ଡରେ ଟିକା ଲଗାଇ ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ତାଙ୍କୁ ଜଣାନଥିଲା ଏହି ରକ୍ଷାବନ୍ଧନ ତାଙ୍କ ଜୀବନର ଶେଷ ଦିନ। ମନମୋହନ ଦୁଇଟି ସାପର ଲାଞ୍ଜକୁ ଧରି ମୁଣ୍ଡରେ ସିନ୍ଦୁର ଟିକା ଲଗାଉଛନ୍ତି। ଏହି ସମୟରେ ଗୋଟିଏ ସାପ ତାଙ୍କ ଗୋଡ଼ ଆଡ଼କୁ ଯାଇ ଫେରିଆସୁଛି। ଏହାର କିଛି ସମୟ ପରେ ସେ ଟିକିଏ ଅନ୍ୟମନସ୍କ ହେଉଛନ୍ତି। ଏହା ପରେ ସାପଟି ପୁଣି ଥରେ ତାଙ୍କ ଗୋଡ଼ ଆଡ଼କୁ ଯିବା ସହ ତାଙ୍କର ଗୋଟିଏ ଆଙ୍ଗୁଳିକୁ କାମୁଡ଼ି ପାକାଉଛି । କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ମନମୋହନ ପୁଣି ଖୁସି-ମଉଜରେ ମାତି ଯାଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା। କିନ୍ତୁ ଏନେଇ ଭିଡିଓରେ କିଛି ଦେଖିବାକୁ ମିଳିନଥିଲେ ମଧ୍ୟ ସୂଚନା ମିଳିଛି। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତେ ଝଡ଼ା ଫୁଙ୍କା କରିଥିଲେ । ଶେଷ ମୁହୂର୍ତ୍ତରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯେ, ମନମୋହନ ସାପକୁ ଭାରି ଭଲ ପାଉଥିଲେ। ବିଷଧର ସାପକୁ ଉଦ୍ଧାର କରି ଦୂର ସ୍ଥାନରେ ଛାଡ଼ୁଥିଲେ ମନମୋହନ । ଏପରିକି ସାପ ସହ ତାଙ୍କର ଦୋସ୍ତି ପ୍ରାୟ ୧୦ ବର୍ଷର ଥିଲା।
