ଜରଉ ଘାଟିରେ ଦୁର୍ଘଟଣା : ଓଲଟିଲା ଟ୍ରକ, ଜଣେ ମୃତ
ମୋହନା : ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଚନ୍ଦ୍ରଗିରି ଗାଁର ମିଟୁ ମହାକୁଡ଼ ।
ସୂଚନା ଯେ, ଗୁରୁବାର ଜରଉ ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଚନ୍ଦ୍ରଗିରି ଗାଁର ମିଟୁ ମହାକୁଡ଼ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
