ଏୟାର ଶୋ’ରେ ଅଘଟଣ : ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା, ୬ ମୃତ
ଓ୍ୱାଶିଂଟନ: ଆମେରିକାର ଟେକ୍ସାସରେ ଏୟାର ଶୋ’ ବେଳେ ମଝି ଆକାଶରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆକାଶରେ ମୁହାଁମୁହିଁ ହୋଇଥିବା ଏହି ଦୁଇଟି ବିମାନ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବିମାନ ଯାହା ଟେକ୍ସାସର ଡାଲାସ୍ ସହରରେ ହୋଇଥିବା ଏୟାର ସୋ’ରେ ଯୋଗଦେବାକୁ ଆସିଥିଲେ। ଏୟାର ସୋ’ରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ମଝି ଆକାଶରେ ଉଭୟ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ ମୃତାହତଙ୍କ ସୂଚନା ମିଳିନାହିଁ । ତେବେ ଉକ୍ତ ଦୁଇ ବିମାନରେ ପାଇଲଟଙ୍କ ସହ ୬ ଲୋକ ଥିଲେ ବୋଲି କୁହାଯାଇଛି ।
ଏହି ଘଟଣା ଶନିବାର ଅପରାହ୍ନ ପ୍ରାୟ ୧:୩୦ ସମୟରେ ଘଟିଥିଲା। ଟେକ୍ସାସର ଡାଲାସରେ ଭିଣ୍ଟେଜ୍ ଏୟାର ସୋ ଚାଲିଥିଲା। ଏକ ବୋଇଙ୍ଗ ବି -୧୭ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲା । ଏହି ସମୟରେ ହଠାତ୍ ବେଲ୍ ପି-୬୩ ନାମକ ଅନ୍ୟ ଏକ ବିମାନ ଏହାର ନିକଟତର ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଦୁଇଟି ବିମାନ ତଳେ ପଡ଼ି ବିସ୍ଫୋରଣ ହୋଇଥିଲା । ୪୦ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ବିମାନରେ ପାଇଲଟଙ୍କ ସମେତ ୬ ଜଣ ଲୋକ ଥିଲେ। ଏହି ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ମନେ କରାଯାଉଛି।
Mid-air collision in Dallas, Texas this afternoon. 🥺
— Ryan Pinesworth™️ (@RyanPinesworth) November 13, 2022
All people on-board the two planes are assumed dead. I’m praying for their loved ones. #DallasAirShow pic.twitter.com/YgO1AT8Pu1
ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଅନେକ ଭିଡିଓରେ ଦୁଇଟି ବିମାନ ଆକାଶରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଆମେରିକାର ଏଫ୍ଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
