ଅବଦୁଲ କାଲାମଙ୍କ ଜୟନ୍ତୀ ପାଳିଲା ଏବିଭିପି
ବାଲେଶ୍ୱର : ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କର ଜନ୍ମ ଜୟନ୍ତୀ । ଯୁବକ ଓ ବିଦ୍ୟାର୍ଥୀମାନଙ୍କ ସେ ଜଣେ ପ୍ରେରଣା ଥିଲେ । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଲେଶ୍ୱର ପକ୍ଷରୁ ସହରର ଷ୍ଟେସନ ଛକରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜୟନ୍ତୀ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟମ ଦାସ , ଇପ୍ସିତ ରଥ, ରାହୁଲ ଦାସ, ପବିତ୍ର ନାୟକ, ହିତେଶ କୁମାର ଦାସ, ମନୋଜ କୁମାର ପଣ୍ଡା, ନିତେଶ କୁମାର ଦାସ, ସତ୍ୟମ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
