ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ପୋଚନଷ୍ଟ,ଦେଶୀ, ବିଦେଶୀମଦ ସହ ୩ ଗିରଫ
ସୋର : ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ତରଫରୁ ସୋର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପୋଚ ନଷ୍ଟ ସହ ଦେଶୀ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ଏସଆଇ ଭକ୍ତ ଚାରଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ସକାଳେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମରେ ଚଢ଼ାଉ କରି ମହେନ୍ଦ୍ର ଜେନାଙ୍କ ବେଆଇନ ମଦରନ୍ଧା ଭାଟି ଉପରେ ଚଢ଼ାଉ କରି ୫୦୦ ଲିଟର ଗୁଡ଼ପୋଚ ନଷ୍ଟ କରିବା ସହିତ ୮୦ଲିଟର ଦେଶୀମଦ ଜବତ କରିଥିବା ବେଳେ ମହେନ୍ଦ୍ରକୁ ଗିରଫ କରିଥିଲେ । ସେହିପରି ବାଗୁଡି ଗ୍ରାମରେ ଚଢ଼ାଉ କରି ଡମ୍ବରୁଧର ଜେନା ନିକଟରୁ ୫ ଲିଟର ଦେଶୀମଦ ଏବଂ ଖୁଣ୍ଟା ଗ୍ରାମର କନକଲତା ରାଉତ ନିକଟରୁ ୪.୫ ଲିଟର ବିଦେଶୀମଦ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅପରାହ୍ନରେ ୩ ଜଣଙ୍କ ଡାକ୍ତରୀ ମାଇନା ପରେ ସୋର କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ବିଦ୍ୟାଧର ବିନ୍ଧାଣି, ଅମର୍ଜିତ ସାହୁ, ପଙ୍କଜ ମହାନ୍ତି, ଅନିଲ କୁମାର ପଣ୍ଡା ଏବଂ ରଶ୍ମିରେଖା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
