ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଷେକ
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମିଳିଥିବା ଇଡିର ସମନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ଦିଲ୍ଲୀରେ ପଚରା ଉଚରା ପାଇଁ ମିଳିଥିବା ସମନକୁ ଖାରଜ କରିବାକୁ ଦାବି କରିଛନ୍ତି ଅଭିଷେକ।
ସାଂସଦ ଅଭିଷେକ ଇଡି ପକ୍ଷରୁ ମନି ଳଣ୍ଡରିଂ ନିରୋଧୀ ଆଇନ୍ ଧାରା ୫୦ ଜରିଆରେ ଜାରି ସମନ ଖାରଜ କରିଦେବାକୁ ନିର୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ପଚରା ଉଚରା ନକରି ଆଗାମୀ କୌଣସି ଆଇନଗତ ପ୍ରକ୍ରିୟା କୋଲକାତାରେ କରାଯାଉ ବୋଲି ମଧ୍ୟ ଅଭିଷେକ ଆବେଦନ ମାଧ୍ୟମରେ ଦାବି କରିଥିବା ଜଣାପଡ଼ିଛି ।
