କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଛନ୍ତି ଅବ୍ଦୁଲା ସାହିଦ
ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେସନରେ ଅଧ୍ୟକ୍ଷତା କରୁଥିବା ଅବ୍ଦୁଲା ସାହିଦ କହିଛନ୍ତି, ସେ ଭାରତରେ ତିଆରି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଛନ୍ତି। ବ୍ରିଟିଶ-ସ୍ୱିଡିସ୍ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା ଏହି କୋଭିସିଲ୍ଡ ଟିକା ଭାରତରେ ପୁଣେସ୍ଥିତ ସେରମ୍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରିଛି। ଶ୍ରୀ ସାହିଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଜାଣିନାହାନ୍ତି କେଉଁ ଦେଶରେ କୋଭିସିଲ୍ଡ ଟିକା ଗ୍ରହଣୀୟ ହୋଇଛି ତେବେ ବିଶ୍ୱର ସର୍ବାଧିକ ଦେଶ କୋଭିସିଲ୍ଡ ଟିକା ବ୍ୟବହାର କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କେଉଁ କୋଭିଡ ଟିକାକୁ ଅନୁମତି ଦିଆଯାଇଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାହିଦ ଏଭଳି କହିଛନ୍ତି।
